Categories: ଖେଳ

ଭାରତକୁ ୨୧ ରନ୍‌ରେ ପରାସ୍ତ କରି ସିରିଜ୍‌ ହାତେଇଲା ଅଷ୍ଟ୍ରେଲିଆ

ଚେନ୍ନାଇ,୨୨।୩: ଚେନ୍ନାଇରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ମ୍ୟାଚ୍‌ରେ ଭାରତ ୨୧ ରନ୍‌ରେ ପରାସ୍ତ ହୋଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ଅଷ୍ଟ୍ରେଲିଆ ୨-୧ରେ ଜିତି ନେଇଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଭାରତକୁ ୨୭୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଭାରତ ୪୯.୧ ଓଭରରେ ୨୪୮ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୫୪ ରନ୍‌ର ପାଳି ଖେଳିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୦, ଶୁଭମନ ଗିଲ ୩୭, କେ.ଏଲ ରାହୁଲ ୩୨, ରୋହିତ ଶର୍ମା ୩୦, ରବିନ୍ଦ୍ର ଜାଡେଜା ୧୮ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆଦାମ ଜାମ୍ପା ୪ଟି ଉଇକେଟ୍‌ ନେଇଥିଲେ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା କଙ୍ଗାରୁ ଦଳ ୪୯ ଓଭରରେ ୨୬୯ ରନ ସଂଗ୍ରହ କରି ଅଲଆଉଟ ହୋଇଯାଇଛି। ଓପନର୍‌ ମିଚେଲ ମାର୍ଶ ଦଳ ପାଇଁ ୪୭ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଆଲେକ୍ସ କେରି ୩୮ ରନ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୮ ଓଭରରେ ୪୪ ରନ ଦେଇ ୩ଟି ଉଇକେଟ ନେଇଥିଲେ। କୁଲଦୀପ ଯାଦବ ୩ ଉଇକେଟ ନେଇଥିଲେ। ମହମ୍ମଦ ସିରାଜ ୨ ଏବଂ ଅକ୍ଷର ପଟେଲ ଗୋଟିଏ ଉଇକେଟ ନେଇଥିଲେ।

Share