Categories: ଖେଳ

ଅହମ୍ମଦାବାଦରେ ଭାରତ ସହ ଫାଇନାଲ ଖେଳିବ ଅଷ୍ଟ୍ରେଲିଆ: ୨୦୦୩ର ରାଗ ସୁଝାଇବ ଟିମ୍‌ ଇଣ୍ଡିଆ

କୋଲକାତା,୧୬।୧୧: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଗୁରୁବାର ଖେଳାଯାଇଥିବା ୨୦୨୩ ଦିନିକିଆ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩ ଉଇକେଟ୍‌ରେ ବିଜୟ ହୋଇ ଫାଇନାଲ୍‌ ପାଇଁ ଟିକେଟ୍‌ ପକ୍କା କରିଛି। ଅନ୍ୟପକ୍ଷେ ପୂର୍ବରୁ ଫାଇନାଲରେ ପହଞ୍ଚି ସାରିଥିବା ଭାରତ ସହ ଅଷ୍ଟ୍ରେଲିଆ ଆସନ୍ତା ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳିବ।

ସୂଚନା ଯୋଗ୍ୟ, ୨୦୦୩ ବିଶ୍ୱକପ୍‌ ଫାଇଲାନ ମ୍ୟାଚ୍‌ରେ ଭାରତ-ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିଥିଲେ। ଅଷ୍ଟ୍ରେଲିଆ ୧୨୫ରେ ଭାରତକୁ ପରାସ୍ତ କରି ବିଶ୍ୱ ଚାମ୍ପିୟନ ହୋଇଥିଲା। ଦୀର୍ଘ ୨୦ ବର୍ଷ ପରେ ପୁଣି ଉଭୟ ଟିମ୍‌ ବିଶ୍ୱକପ୍‌ ଫାଇନାଲ ଖେଳିବାକୁ ଯାଉଛନ୍ତି। ହେଲେ ଭାରତ ନିଜ ମାଟିରେ ୨୦୦୩ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ର ପ୍ରତିଶୋଧ ନେବା ଲକ୍ଷ୍ୟ ରଖିବ।

ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଡେଭିଡ ମିଲରଙ୍କ ଦମ୍‌ଦାର ଶତକୀୟ ଇନିଂସ୍‌ ବଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୪୯.୪ ଓଭରରେ ସମସ୍ତ ଉଇକେଟ ହରାଇ ୨୧୨ ରନ୍‌ ସଂଗ୍ରହ କରିଥିଲା। ଫଳରେ ଅଷ୍ଟ୍ରେଲିଆ ଆଗରେ ୨୧୩ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଥିଲା ଦକ୍ଷିଣ ଆଫ୍ରିକା। ଅଷ୍ଟ୍ରେଲିଆ ୪୭ .୨ ଓଭରରେ ୭ ଉଇକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ ହାସଲ କରି ନେଇଥିଲା।

Share