Categories: ଖେଳ

୩୩ ରନରେ ଜିତିଲା ଅଷ୍ଟ୍ରେଲିଆ, ବିଶ୍ୱକପରୁ ଇଂଲଣ୍ଡ ବାହାର…

ଅହମଦାବାଦ,୪।୧୧: ଗୁଜରାଟର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୬ତମ ମ୍ୟାଚ ଇଂଲଣ୍ଡ ଅଷ୍ଟ୍ରେଲିଆଠାରୁ ୩୩ ରନରେ ପରାଜିତ ହୋଇଛି। ଇଂଲଣ୍ଡ ଦଳ ୪୮.୧ ଓଭରରେ ୧୦ ଓ୍ବିକେଟ ହରାଇ ୨୫୩ ରନ ସଂଗ୍ରହ କରିଥିଲା। ଏହା ଦ୍ୱାରା ବିଶ୍ୱକପରୁ ଇଂଲଣ୍ଡ ବାହାର ହୋଇଛି।

ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ପ୍ୟାଟ କୁମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା।

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୯.୩ ଓଭରରେ ୧୦ ଓ୍ବିକେଟ ହରାଇ ୨୮୬ ରନ ସଂଗ୍ରହ କରିଥିଲା। ଫଳରେ ଇଂଲଣ୍ଡ ପାଇଁ ୨୮୭ ରନର ବିଜୟ ଲକ୍ଷ୍ୟ ରହିଥିଲା।

Share