Categories: ଖେଳ

୪ ଦିନରେ ଟେଷ୍ଟ ମ୍ୟାଚ୍‌ ଶେଷ

ପର୍ଥ,୧୭ା୧୨: ନ୍ୟୁ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଅଷ୍ଟ୍ରେଲିଆ-ପାକିସ୍ତାନ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚ୍‌ ୪ ଦିନରେ ଶେଷ ହୋଇଛି। ଏଥିରେ ଅଷ୍ଟ୍ରେଲିଆ ୩୬୦ରନ୍‌ରେ ବିଜୟ ହାସଲ କରିଛି।

ନାଥାନ ଲିଅନ୍‌ ତାଙ୍କର ୫୦୦ ଉଇକେଟ୍‌ ପୁରଣ କରି ରେକର୍ଡ ସୃଷ୍ଟି କରିଛନ୍ତି। । ରବିବାର ଚତୁର୍ଥ ଦିବସ ଖେଳ ମଧ୍ୟାହ୍ନ ଭୋଜନ ବିରତିର ଅଧଘଣ୍ଟା ପରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ ୨୩୩/୫ ସ୍କୋରରେ ଘୋଷଣା କରିଥିଲା। ଫଳରେ ପାକିସ୍ତାନ ପାଇଁ ୪୫୦ ରନ୍‌ର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଫାଇନାଲ ସେସନରେ ପାକିସ୍ତାନ ୩୦.୨ ଓଭରରେ ୮୯ର କରି ଅଲ୍‌ଆଉଟ ହୋଇଯାଇଥିଲା। ଦଳର ଏହାଥିଲା କ୍ରମାଗତ ୧୫ତମ ଟେଷ୍ଟ ପରାଜୟ।

ମିଚେଲ ଷ୍ଟାର୍କ, ଜୋସ ହାଜଲେଉଡ୍‌ ଓ ଅଧିନାୟକ ପ୍ୟାଟ କୁମିନ୍ସ ଏଥିରୁ ଫାଇଦା ଉଠାଇ ପାକିସ୍ତାନ ଟପ୍‌ ଅର୍ଡରରେ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ହାଜଲେଉଡ୍‌ ଓ ଷ୍ଟାର୍କ ୬ ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ଅନ୍ୟପକ୍ଷେ ଫାହିମ୍‌ ଅଶ୍ରଫ୍‌ଙ୍କୁ ଲେଗ୍‌ ବିଫୋର ଉଇକେଟ କରି ଲିଅନ ତାଙ୍କ ୫୦୦ ଟେଷ୍ଟ ଉଇକେଟ ପୁରଣ କରିଥିଲେ। ଏହି ସଫଳତା ହାସଲ କରିବାରେ ସେ ସ୍ବର୍ଗତ ଶେନ ଓ୍ବର୍ନ ଓ ଗ୍ଲେନ ମ୍ୟାକଗ୍ରାଙ୍କ ପଛକୁ ତୃତୀୟ ଅଷ୍ଟ୍ରେଲୀୟ ଖେଳାଳି ବିବେଚିତ ହୋଇଛନ୍ତି। ମିଚେଲ ମାର୍ଶ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଦୁଇ ଦଳ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟଟି ଅନ୍ତର୍ଜାତୀୟ ଦିନିକିଆ ମଙ୍ଗଳବାରଠାରୁ ସେଣ୍ଟ ଜଜର୍‌ସପାର୍କଠାରେ ଖେଳଯିବ।

Share