Categories: ଖେଳ

ଅଷ୍ଟ୍ରେଲିଆର କ୍ଲିନ୍‌ ସୁଇପ୍‌

ଆଡିଲେଡ୍‌,୧୧।୧୨: ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିବାରାତ୍ର କ୍ରିକେଟ ଟେଷ୍ଟରେ ୪୧୯ ରନ୍‌ରେ ବିଜୟ ସହ ଅଷ୍ଟ୍ରେଲିଆ ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ କ୍ଲିନ୍‌ ସୁଇପ୍‌ କରିଛି।

୪୯୭ ରନ୍‌ର ବିଜୟ ଲକ୍ଷ୍ୟ ପଛା କରୁଥିବା ବେଳେ ଓ୍ବେଷ୍ଟଇଣ୍ଡିଜ ମାତ୍ର ୭୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। ଓ୍ବେଷ୍ଟଇଣ୍ଡିିଜ ଚତୁର୍ଥ ଦିବସ ଖେଳ ୩୮/୪ରୁ ଆରମ୍ଭ କରିଥିଲା। ସେତେବେଳେ ଡେଭନ ଥୋମାସ ଓ ଜାସନ ହୋଲ୍ଡର ପ୍ରତ୍ୟେକ ୮ ରନ୍‌ କରି ଖେଳୁଥିଲେ। ହାତରେ ୬ଉଇକେଟ ଥାଇ ବିଜୟ ପାଇଁ ଆହୁରି ୪୫୯ ରନ୍‌ ଆବଶ୍ୟକ କରୁଥିଲା। ମାତ୍ର ଓପନିଂ ସେସନରେ ଖେଳ ଶେଷ ହୋଇଯାଇଥିଲା। ଅଷ୍ଟ୍ରେଲିଆରେ ଓ୍ବେଷ୍ଟଇଣ୍ଡିଜର ଏହା ଥିଲା ସବୁଠାରୁ ଦୟନୀୟ ପରାଜୟ। ଟ୍ରାଭିସ୍‌ ହେଡ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ ହୋଇଥିବା ବେଳେ ମାର୍ନସ ଲାବୁସେନ୍‌ ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ। ପେସ୍‌ ବୋଲର ମିଚେଲ ଷ୍ଟାର୍କ, ସ୍କଟ ବୋଲାଣ୍ଡ ଓ ମାଇକେଲ ନେସେର ୩ଟି ଲେଖାଏଁ ଉଇକେଟ ଅକ୍ତିଆର କରିବାରେ ସଫଳ ହୋଇଥିଲେ।

Share