Categories: ଖେଳ

୨ ଦିନରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟେଷ୍ଟ ଶେଷ

ବ୍ରିସ୍‌ବେନ,୧୮ା୧୨: ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ଦୁଇ ଦିନରେ ଶେଷ ହୋଇଛି। ଗାବାରେ ଅନୁଷ୍ଠିତ ଏହି ମ୍ୟାଚରେ ଦୁଇ ଦିନ ଭିତରେ ୩୪ ଉଇକେଟର ପତନ ଘଟିଛି। ଅଷ୍ଟ୍ରେଲିଆ ୬ ଉଇକେଟରେ ବିଜୟ ହୋଇ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି।

ପ୍ରଥମ ଦିବସ ଭଳି ରବିବାର ଦ୍ୱିତୀୟ ଦିବସରେ ଉଇକେଟ ପରେ ଉଇକେଟ ପତନ ଘଟିବାରେ ଲଗିଥିଲା। ପୂର୍ବଦିନର ଅସମାପ୍ତ ସ୍କୋର ୧୪୫/୫ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଦିବସ ଖେଳ ମଧ୍ୟାହ୍ନଭୋଜନ ପୂର୍ବରୁ ୨୧୮ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ଏଥିସହିତ ଦଳ ପ୍ରଥମ ଇନିଂସରେ ୬୬ ରନ୍‌ର ଅଗ୍ରଣୀ ଲାଭ କରିଥିଲା। ଯବାବରେ ଦକ୍ଷିଣ ଆଫ୍ରକି ଦ୍ୱିତୀୟ ଇନିଂସ ଆରମ୍ଭ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଲା। ମାତ୍ର ୩୭ ଓଭରରେ ୪ ବଲରେ ୧୦ ଉଇକେଟ ହରାଇ ୯୯ ରନ୍‌ କରିବାରେ ସକ୍ଷମ ହୋଇଥିଲା। ହେଲେ ପ୍ରଥମ ଇନିଂସର ୧୫୨ ଏବଂ ଦ୍ୱିତୀୟ ଇନିଂସର ୯୯ ରନ୍‌ ଫଳରେ ଅଷ୍ଟ୍ରେଲିଆ ଆଗରେ ୩୪ ରନ୍‌ର ବିଜୟ ଟାର୍ଗେଟ ରହିଥିଲା ଦକ୍ଷିଣ ଆଫ୍ରକା। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବାକୁ ଆସି ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ସଫଳ ବୋଲର ପ୍ୟାଟ୍‌ କୁମିନ୍ସ ୫ ଉଇକେଟ ଅକ୍ତିଆରେ କରିଥିଲେ। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ପତନ ଘଟିଥିବା ସମସ୍ତ ୪ ଉଇକେଟ କାଗିସୋ ରାବାଡା ଅକ୍ତିଆର କରିଥିଲେ। ଟ୍ରାଭିସ ହେଡ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲ।

Share