Categories: ଖେଳ

ଟି୨୦ ବିଶ୍ବକପରୁ ବିଦାହେଲା ଓ୍ବେଷ୍ଟଇଣ୍ଡିଜ

ଆବୁଧାବି, ୬।୧୧: ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମଠାରେ ଶନିବାର ଟି୨୦ ବିଶ୍ବକପ ଗ୍ରୁପ-୧ର ମ୍ୟାଚରେ ଅଷ୍ଟ୍ରେଲିଆ ୮ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜ ୧୫୭ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ୧୬.୨ ଓଭରରେ ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଡେଭିଡ ୱାର୍ଣ୍ଣର ୮୯(୫୬ ବଲ୍‌, ୯ ଚୌକା, ୪ ଛକା) ରନ୍‌ରେ ଅପରାଜିତ ରହି ଅଷ୍ଟ୍ରେଲିଆ ବିଜୟକୁ ସହଜ କରିଦେଇଥିଲେ। ଗ୍ରୁପ-୧ରେ ଅଷ୍ଟ୍ରେଲିଆ ୫ ମ୍ୟାଚରେ ୪ଟି ବିଜୟ ହୋଇ ଦ୍ୱିତୀୟ ସ୍ଥାନରେ ରହିଛି। ୱାର୍ଣ୍ଣରଙ୍କ ପରେ ମିଶେଲ ମାର୍ଶ ୫୩(୩୨ବଲ୍‌, ୫ଚୌକା, ୨ ଛକା) ରନ୍‌ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଆକିଲ ହୋସେନ ଏବଂ କ୍ରିସ ଗେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ଚଳିତ ଟି୨୦ ବିଶ୍ବକପରେ ଓ୍ବେଷ୍ଟଇଣ୍ଡିଜର ପ୍ରଦର୍ଶନ ଆଶାନୁରୂପ ହୋଇପାରିନାହିଁ । ଲିଗ୍‌ ପର୍ଯ୍ୟାୟର ୫ଟି ମ୍ୟାଚରେ ଗୋଟିଏରେ ବିଜୟ ହୋଇ ବିଶ୍ବକପ ଅଭିଯାନ ଶେଷ କରିଛି।

Share