Categories: ଖେଳ

ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ

ରାଜକୋଟ,୨୭।୯: ରାଜକୋଟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୬୬ ରନରେ ପରାସ୍ତ କରିଛି। ୩୫୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୯.୪ ଓଭରରେ ୨୮୬ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା। ଏହାସହ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିଛି।
ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୫୦ ଓଭରରେ ୩୫୨ ରନ ସ୍କୋର କରିଥିଲା। କଙ୍ଗାରୁ ଦଳ ଦେଇଥିବା ଟାର୍ଗେଟର ଜବାବରେ ରୋହିତ ଏବଂ ୱାଶିଂଟନ ସୁନ୍ଦର ଭାରତ ପାଇଁ ଓପନିଂ ଆସିଥିଲେ। ଏହି ସମୟରେ ରୋହିତ ଅର୍ଦ୍ଧଶତକ ହାସଲ କରିଥିଲେ। ରୋହିତ ୫୭ ବଲ୍‌ରେ ୬ଟି ଛକା ଓ ୫ ଚୌକା ସହାୟତାରେ ୮୧ ରନର ଇନିଂସ ଖେଳିଥିଲେ। କିନ୍ତୁ ଏହା ପରେ ମ୍ୟାକ୍ସୱେଲ ତାଙ୍କୁ ଆଉଟ୍‌ କରିଥିଲେ। ରୋହିତ କୋହଲିଙ୍କ ସହ ଅର୍ଦ୍ଧ ଶତକୀୟ ଭାଗିଦାରୀ ଖେଳିଥିଲେ।
ଟିମ ଇଣ୍ଡିଆର ପ୍ରଥମ ଉଇକେଟ ସୁନ୍ଦର ରୂପେ ଯାଇଥିଲା। ସୁନ୍ଦର ଗୋଟିଏ ଚୌକା ଏବଂ ଗୋଟିଏ ଛକା ସହିତ ୩୦ ବଲରେ ୧୮ ରନ ସ୍କୋର କରିଥିଲେ। ଏହା ପରେ ସେ ମ୍ୟାକ୍ସୱେଲଙ୍କ ଶିକାର ହୋଇଥିଲେ। ଭଲ ଇନିଂସ ପରେ ବିରାଟ କୋହଲି ମଧ୍ୟ ଆଉଟ ହୋଇଥିଲେ। ସେ ୬୧ ବଲ ସମ୍ମୁଖରେ ୫୬ ରନ ସ୍କୋର କରିଥିଲେ। କୋହଲି ୫ ଚୌକା ଓ ଗୋଟିଏ ଛକା ମାରିଥିଲେ। ମ୍ୟାକ୍ସୱେଲ ମଧ୍ୟ କୋହଲିଙ୍କ ଉଇକେଟ ନେଇଥିଲେ। ଶ୍ରେୟସ ଆୟର ୪୮, କେ ଏଲ୍ ରାହୁଲ ୨୬, ରବିନ୍ଦ୍ର ଜାଡେଜା ୩୫ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାକ୍ସୱେଲ ସର୍ବାଧିକ ୪ ଟି ଉଇକେଟ୍ ନେଇଥିଲେ।
ଏହାପୂର୍ବର ଅଷ୍ଟ୍ରେଲିଆ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୫୦ ଓଭରରେ ୭ ଉଇକେଟ ହରାଇ ୩୫୨ ରନ ସ୍କୋର କରିଥିଲା। କଙ୍ଗାରୁ ଦଳ ଡେଭିଡ ୱାର୍ନର, ମିଚେଲ ମାର୍ଶ, ଷ୍ଟିଭ ସ୍ମିଥ ଏବଂ ମାର୍ନସ ଲାବୁସାନେ ଅର୍ଦ୍ଧଶତକୀୟ ଇନିଂସ ଦେଖିଥିଲେ। ବୋଲିଂରେ ଜସପ୍ରୀତ ବୁମ୍‌ରା ଭାରତ ପକ୍ଷରୁ ୨ ଉଇକେଟ ନେଇଥିବା ବେଳେ କୁଲଦୀପ ଯାଦବ ୨ ଉଇକେଟ ନେଇଥିଲେ।

Share