Categories: ଖେଳ

ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କାମେରନ ଗ୍ରୀନ୍‌ କିଡ଼ନୀ ରୋଗରେ ଆକ୍ରାନ୍ତ

ପର୍ଥ,୧୪ା୧୨: ଅଷ୍ଟ୍ରେଲିଆ ଅଲରାଉଣ୍ଡର କାମେରନ ଗ୍ରୀନ୍‌ କିଡ଼ନୀ ରୋଗରେ ପୀଡ଼ିତ ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତ୍‌କାର ଦେବା ବେଳେ ତାଙ୍କ କିଡ଼ନୀ ରୋଗ ବିଷୟ ପ୍ରକାଶ କରିଛନ୍ତି।

କାମେରନ କହିଛନ୍ତି, ରୋଗର କୌଣସି ଲକ୍ଷଣ ନ ଥିଲା। ଅଲ୍‌ଟ୍ରା ସାଉଣ୍ଡ ଦ୍ୱାରା ସେ କିଡ୍‌ନୀରୋଗରେ ପୀଡ଼ିତ ଥିବା ତାଙ୍କ ମାତାପିତା ଜାଣିବାକୁ ପାଇଥିଲେ। ତାଙ୍କ କିଡ୍‌ନୀ ବର୍ତ୍ତମାନ ୬୦ ପ୍ରତିଶତ କାର୍ଯ୍ୟକ୍ଷମ ରହିଛି। ରୋଗ ଏବେ ଷ୍ଟେଜ-୨ରେ ରହିଛି। ଷ୍ଟେଜ୍‌-୫ରେ ତାଙ୍କର କିଡ୍‌ନୀ ପ୍ରତିରୋପଣ କିମ୍ବା ଡାଏଲିସିସ୍‌ର ଆବଶ୍ୟକ ପଡ଼ିବ।

ଗ୍ରୀନ୍‌ଙ୍କ ମାତା ଗର୍ଭବତୀ ହେବାର ୧୯ସପ୍ତାହ ପରେ ପ୍ରେଗ୍ନାସି ସ୍କାନ ବେଳେ ଏହି ରୋଗ ଚିହ୍ନଟ କରାଯାଇଥିଲା ଗ୍ରୀନ୍‌ଙ୍କ ପିତା ଗ୍ୟାରୀ ପ୍ରକାଶ କରିଛନ୍ତି। ଫାଷ୍ଟ ବୋଲିଂ କାମେରନ୍‌ ୨୦୨୦ରେ ଅଷ୍ଟ୍ରେଲିଆ ପକ୍ଷରୁ ପଦାର୍ପଣ କରିଥିଲେ। ସେ ଇତିମଧ୍ୟରେ ୨୪ ଟେଷ୍ଟ, ୨୩ ଅନ୍ତର୍ଜାତୀୟ ଦିନିକିଆ ଓ ୮ ଅନ୍ତର୍ଜାତୀୟ ଟି୨୦ ଖେଳିସାରିଛନ୍ତି। ଏହି ରୋଗ ତାଙ୍କ କ୍ରିକେଟ କ୍ୟାରିୟରକୁ ପ୍ରଭାବିତ କରୁଛି ବୋଲି ଗ୍ରୀନ୍‌ କହିଛନ୍ତି।

Share