Posted inଖେଳ

କୋରିଆ ଖେଳାଳିଙ୍କୁ ଟ୍ରେନିଂ ଦେଇ ବିବାଦରେ ଅଷ୍ଟ୍ରେଲିଆ କୋଚ୍‌

ପ୍ୟାରିସ୍‌,୨୬ା୭(ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସ ପୂର୍ବରୁ ଅଷ୍ଟ୍ରେଲିଆର ଜଣେ ସୁଇମିଂ କୋଚ୍‌ ସମାଲୋଚନାର ଶିକାର ହୋଇଛନ୍ତି। ନିଜ ଦଳର ଖେଳାଳିଙ୍କୁ ପ୍ରଶିକ୍ଷଣ ନ ଦେଇ କୋରିଆ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇ ବିବାଦ ଘେରକୁ ଆସିଛନ୍ତି କୋଚ୍‌ ମାଇକେଲ୍‌ ପାଲଫ୍ରେ। ଏହି ଘଟଣାକୁ ଅଷ୍ଟ୍ରେଲିଆ ମୁଖ୍ୟ କୋଚ୍‌ ରୋହନ ଟେଲର ନିନ୍ଦା କରିଛନ୍ତି। ଏପରିକି ମାଇକେଲଙ୍କ ଏଭଳି ମନୋଭାବ ପାଇଁ ତାଙ୍କୁ ଅଷ୍ଟ୍ରେଲିଅ ପଠାଯିବ ବୋଲି ମଧ୍ୟ କହିଛନ୍ତି।

ଶନିବାର ଲା ଡିଫେନ୍ସ ଆରେନାରେ ସନ୍ତରଣ ପ୍ରତିଯୋଗିତା ଆରମ୍ଭ ହେବ। ଏହା ପୂର୍ବରୁ ମାଇକେଲଙ୍କୁ ଦେଶକୁ ପଠାଇ ଦିଆଯାଇପାରେ। ଆମ ଦେଶର କୋଚ୍‌ ହୋଇ ଅନ୍ୟ ଦେଶର ଆଥଲେଟଙ୍କୁ ପ୍ରାଥମିକତା ଦେବା ଅତ୍ୟନ୍ତ ଅଣ ପ୍ରଫେଶନାଲ ବୋଲି ସେ କହିଛନ୍ତି। ୪୦୦ ମିଟରରେ ବିଶ୍ୱ ଚାମ୍ପିୟନ କୋରିଆର କିମ୍‌ ଉ ମିନ୍‌ଙ୍କୁ ମାଇକେଲ ପୂର୍ବରୁ ପ୍ରଶିକ୍ଷଣ ଦେଉଥିଲେ।

ଏକ କୋରିଆନ୍‌ ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ସେ କହିଥିଲେ ଟୁର୍ନାମେଣ୍ଟର ପ୍ରଥମ ଦିନରେ କିମ୍‌ ସ୍ବର୍ଣ୍ଣ ପଦକ ଜିତନ୍ତୁ ବୋଲି ସେ ଆଶା କରନ୍ତି ବୋଲି କହିଥିଲେ। ଏହା ସହିତ ହେଲ୍‌ କୋରିଆ ବୋଲି ମଧ୍ୟ କହିଥିଲେ। ଏହି ଘଟଣା ପରେ ମାଇକେଲ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ତେବେ ସେ ଦଳ ସହିତ ରହିବେ କି ନାହିଁ ଖେଳାଳିମାନଙ୍କ ସହ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟ କୋଚ୍‌ ରୋହନ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଶ୍ୱିନଙ୍କ କ୍ୟାରିୟରର ସବୁଠୁ ଖରାପ ଦିନ, ପ୍ରଥମ ଥର ପାଇଁ ଘଟିଲା ଏଭଳି

ନୂଆଦିଲ୍ଲୀ,୧୮।୧୦: ଟିମ୍‌ ଇଣ୍ଡିଆର ଭେଟେରାନ ସ୍ପିନର ଆର୍‌. ଅଶ୍ୱିନଙ୍କ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ ସ୍ମରଣୀୟ ହୋଇ ରହିବ। କାରଣ ମ୍ୟାଚ୍‌ର ପ୍ରଥମ...

ବଡ଼ ଗେମ୍‌ ଖେଳିବା ଯୋଜନାରେ କେ ଏଲ୍‌ ରାହୁଲ, ୧୩ ଦିନ ମଧ୍ୟରେ LSG ମାଲିକଙ୍କୁ ଲାଗିପାରେ ଝଟ୍‌କା

ନୂଆଦିଲ୍ଲୀ,୧୮।୧୦: ଆଇପିଏଲ୍‌ ୨୦୨୫ର ମେଗା ଅକ୍ସନ ପୂର୍ବରୁ ସବୁ ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କେଉଁ ଦଳ ପ୍ରଥମେ କାହାକୁ ରିଟେନ୍‌ କରିବେ ତାହାର...

୧୪ ବର୍ଷ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଭବିଷ୍ୟବାଣୀ କରିଥିଲେ ଜୋଫ୍ରା ଆର୍ଚର

ନୂଆଦିଲ୍ଲୀ,୧୮।୧୦: ନ୍ୟୁଜିଲ୍ୟାଣ୍ଡ ସହ ଖେଳାଯାଉଥିବା ବେଙ୍ଗାଲୁରୁ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ନିରାଶାଜନକ ବ୍ୟାଟିଂର ସାକ୍ଷୀ ହୋଇଛି। ୪୬ ସ୍କୋରରେ ପୂରା ଦଳ...

IPL 2025 ମେଗା ଅକ୍ସନର ଆସିଲା ତାରିଖ! ଜାଣନ୍ତୁ କେବେ ହେବ ଏହାର ଆୟୋଜନ

ନୂଆଦିଲ୍ଲୀ,୧୮।୧୦: IPL 2025 ର ମେଗା ନିଲାମକୁ ନେଇ ସମସ୍ତେ ବହୁତ ଉତ୍ସାହିତ ଅଛନ୍ତି। ଏବେ ଏହାର ତାରିଖ ପ୍ରକାଶ ପାଇଛି। ଏହା କୁହାଯାଉଛି ଯେ...

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

ଭାରତ ନାଁରେ ୫ ଅଲୋଡା ରେକର୍ଡ: ଜାଣନ୍ତୁ ଏ ବିଷୟରେ…

ବେଙ୍ଗାଲୁରୁ,୧୭।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ...

ଆଇପିଏଲ୍‌ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନବକଳେବର: ହଟିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୧୭।୧୦: ପ୍ରତ୍ୟେକ ଦଳ ଆଇପିଏଲ୍‌ ୨୦୨୫ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ସିଜିନ୍‌ ପାଇଁ ଆଇପିଏଲ ଦଳରେ ଅନେକ ପରିବର୍ତ୍ତନ କରାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri