ଆଇପିଏଲ୍‌ରେ ସାମିଲ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ଜବାବ

ମେଲବୋର୍ନ,୨୭।୪: ଆଇପିଏଲ ୨୦୨୧ରେ ଅଂଶଗ୍ରହଣ କରୁଥିବା ତାଙ୍କ ଦେଶର କ୍ରିକେଟରମାନଙ୍କୁ ଘରକୁ ଫେରିବା ପାଇଁ ନିଜସ୍ବ ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ମଙ୍ଗଳବାର କହିଛନ୍ତ। ଭାରତରେ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ପୂର୍ବରୁ ମେ ୧୫ ପର୍ଯ୍ୟନ୍ତ ଭାରତକୁ ସମସ୍ତ ବିମାନ ଉପରେ ପ୍ରତିବନ୍ଧକ ଲଗାଇଥିଲା। ମୋରିସନ କହିଛନ୍ତି ଯେ, କ୍ରିକେଟର୍‌ମାନେ ବ୍ୟକ୍ତିଗତ ଗସ୍ତରେ ସେଠାକୁ ଯାଇଛନ୍ତି। ଏହା କୌଣସି ଅଷ୍ଟ୍ରେଲୀୟ ଭ୍ରମଣର ଅଂଶ ନୁହେଁ। ସେମାନେ ନିଜସ୍ବ ସମ୍ବଳ ସହିତ ସେଠାରେ ପହଞ୍ଚିଛନ୍ତି,ମୁଁ ନିଶ୍ଚିତ ଯେ ସେମାନେ ନିଜସ୍ବ ବ୍ୟବସ୍ଥା ଅନୁଯାୟୀ ଅଷ୍ଟ୍ରେଲିଆ ଫେରିଆସିବେ।
ସୂଚନାଯୋଗ୍ୟ, ଭାରତରେ ବଢୁଥିବା କରୋନା ସଙ୍କଟ କାରଣରୁ ତିନି ଜଣ ଅଷ୍ଟ୍ରେଲୀୟ ଖେଳାଳି ଆଣ୍ଡ୍ରିୟୁ ଟାଇ, କେନ ରିଚାର୍ଡସନ ଏବଂ ଆଦାମ ଜାମ୍ପା ଆଇପିଏଲ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି।

Share