Posted inଖେଳ

ଆଇପିଏଲ୍‌ ଆସି ଫସିଲେ ଅଷ୍ଟ୍ରେଲିୟ ଖେଳାଳି! ଦେଶକୁ ଫେରିଲେ ଜରିମାନା ସହ ହୋଇପାରେ ଜେଲ

ନୂଆଦିଲ୍ଲୀ,୧।୫: ଭାରତରେ କୋଭିଡ-୧୯ର ଦ୍ୱିତୀୟ ଲହର ଯୋଗୁ ଉପୁଜିଥିବା ଭୟଙ୍କର ସ୍ଥିତିକୁ ଦେଖି ଆଇପିଏଲ୍‌ ଅଧାରୁ ଛାଡ଼ି ସ୍ବଦେଶ ଫେରିଛନ୍ତି କିଛି ବିଦେଶୀ ଖେଳାଳି। ହେଲେ ଅଷ୍ଟ୍ରେଲିଆ ଖେଳାଳି ଏଭଳି ନିଷ୍ପତ୍ତି ଲାଗି ଏବେ ଅଡ଼ୁଆରେ ପଡ଼ିପାରନ୍ତି। କାରଣ ଏହା ପୂର୍ବାପେକ୍ଷା ଅଧିକ କଷ୍ଟକର ହୋଇଛି। ଭାରତ ପାଇଁ ଦେଶରେ କିଛି କଡ଼ା ନିୟମ ଲାଗୁ କରାଯାଇଛି। ଯଦି ଖେଳାଳିମାନେ ଫେରନ୍ତି ତେବେ କେବେଳ ଜରିମାନା ନୁହେଁ ବରଂ ସେମାନଙ୍କୁ ଜେଲ ହୋଇପାରେ ବୋଲି ‘ସିଡନୀ ମର୍ଣ୍ଣିଂ ହେରାଲ୍ଡ’ର ଏକ ରିପୋର୍ଟରେ କୁହାଯାଇଛି।

ରିପୋର୍ଟରେ କୁହାଯାଇଛି, ସରକାର ଭାରତରୁ ପ୍ରବେଶ କରୁଥିବା ଯେକୌଣସି ବ୍ୟକ୍ତି ଉପରେ ଜରିମାନା ଲାଗିଥବା ସହ ତାଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ବିଚାର କରୁଛି। ବର୍ତ୍ତମାନ ୧୪ ଅଷ୍ଟ୍ରେଲିୟ କ୍ରିକେଟର ଆଇପିଏଲ୍‌ ଖେଳୁଛନ୍ତି। ସେମାନଙ୍କ ମଧ୍ୟରେ ଡେଭିଡ୍‌ ଓ୍ବାର୍ନର, ଷ୍ଟିଭ୍‌ ସ୍ମିଥ, ଗ୍ଲେମ ମାକ୍ସଓ୍ବେଲ ପ୍ରମୁଖ ଅଛନ୍ତି। ଏହାଛଡ଼ା କିଛି ଅଷ୍ଟ୍ରେଲିୟ ବିଭିନ୍ନ ଫ୍ରାଞ୍ଚାଇଜ୍‌(କୋଚିଂ/ସପୋର୍ଟ ଷ୍ଟାଫ୍‌/ଟିଭି କମେଣ୍ଟ୍ରି) ସହ ଜଡ଼ିତ ଅଛନ୍ତି। ଏବେ ସେମାନେ ଅସୁବିଧାରେ ଫସି ପାରନ୍ତି ବୋଲି କୁହାଯାଉଛି। କାରଣ ବର୍ତ୍ତମାନ ପରିସ୍ଥିତିରେ ଭାରତରୁ ସ୍ବଦେଶକୁ ଫେରୁଥିବା ଲୋକଙ୍କୁ ଅପରାଧୀ ଘୋଷିତ କରାଯିବା ସହ ୬୬ହଜାର ଡଲାର ଜରିମାନା ଏବଂ ୫ ବର୍ଷ ଜେଲ ଦଣ୍ଡ ଦିଆଯାଇପାରେ।

ମୋଟ ଉପରେ ଦେଖିଲେ ୩୬ହଜାର ଅଷ୍ଟ୍ରେଲିୟ ନାଗରିକ ବିଦେଶରେ ଫସି ରହିଛନ୍ତି। ସେଥିରୁ ଭାରତରେ ୯ହଜାର ଅଛନ୍ତି। ସେମାନଙ୍କ ମଧ୍ୟରେ ଆଇପିଏଲ୍‌ରେ ଭାଗ ନେଉଥିବା ଖେଳାଳି ଏବଂ କୋଚିଂ ଷ୍ଟଫ୍‌ ସାମିଲ ଅଛନ୍ତି। ପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ ଖେଳାଳିମାନେ ନିଜସ୍ବ ଭାବେ ଭାରତ ଯାଇଥିବା ଯୋଗୁ ସେଭଳି ଭାବେ ଫେରିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ରେକର୍ଡ କଲେ ପାଣ୍ଡ୍ୟା: ବିସ୍ଫୋରକ ଇନିଂସ ଖେଳି…

ନୂଆଦିଲ୍ଲୀ,୨୩।୧୨: ବିଜୟ ହଜାରେ ଟ୍ରଫି ୨୦୨୪ରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପ୍ରଥମେ ବ୍ୟାଟିଂ କରି ବରୋଦା ୪୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଏହି ସମୟରେ...

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

ଇତିହାସ ରଚିଲା ପାକିସ୍ତାନ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୨୩।୧୨:ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଡକ୍‌ୱର୍ଥ-ଲୁଇସ୍‌ ନିୟମ ଅଧୀନରେ ପାକିସ୍ତାନ...

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Asia Cup 2024: ବାଂଲାଦେଶକୁ ହରାଇ ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ,୨୨।୧୨: ଅଣ୍ଡର -୧୯ ମହିଳା ଏସିଆ କପ ୨୦୨୪ରେ ଭାରତୀୟ କ୍ରିକେଟ ଦଳ ବାଂଲାଦେଶକୁ ପରାସ୍ତ କରି ଟାଇଟଲ ଜିତିଛି। ଚଳିତ ବର୍ଷ ଭାରତର ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri