ଗାବା,୨୦।୧: ଭାରତୀୟ କ୍ରିକେଟ ଇତିହାସରେ ଜାନୁଆରୀ ୧୯ ସ୍ମରଣୀୟ ହୋଇ ରହିବ। ବ୍ରିସ୍ବେନ୍ରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଟିମ୍ର ୩୨ ବର୍ଷ ଧରି ଜିତୁଥିବା ରେକର୍ଡ ଉପରେ ରୋକ ଲଗାଇଛି। ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଦମ୍ଦାର ବିଜୟ ସହ ବର୍ଡର-ଗାଭାସ୍କର ଟ୍ରଫି ହାତେଇଛି। ଏହି ଐତିହାସିକ ବିଜୟ ପରେ ଭାରତୀୟ ପ୍ରଶଂସକ ବେଶ୍ ଖୁସିଥିବା ବେଳେ ଅଷ୍ଟ୍ରେଲିଆରେ ମଧ୍ୟ ସେଭଳି କିଛି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ଅନେକ ଖେଳାଳି ଆହତ ହେବା ପରେ ଯୁବ କ୍ରିକେଟରଙ୍କ ସହ ପଡ଼ିଆକୁ ଓହ୍ଲାଇଥିଲା। ହେଲେ ପ୍ରତ୍ୟେକ ଖେଳାଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଇତିହାସ ରଚିଥିଲେ। ମ୍ୟାଚ୍ର ଅନ୍ତିମ ଦିନ ଭାରତୀୟ ଦଳ ୩୨୪ରନ୍ର ପିଛା କରୁଥିବା ବେଳେ ରୋହିତ ଶର୍ମା ଆଉଟ୍ ହୋଇଥିଲେ। ପରେ ଶୁଭମନ ଗିଲ, ଚେତେଶ୍ୱର ପୂଜାରା ଶତକୀୟ ପାଳି ଖେଳି ମ୍ୟାଚ୍କୁ ଜିତାଇଥିଲେ। ତେବେ ମ୍ୟାଚ୍ ସମୟରେ କିଛି ଅଷ୍ଟ୍ରେଲିୟ ସମର୍ଥକ ଭାରତୀୟ ଟିମ୍ର ସମର୍ଥନ କରିଥିଲେ। ଏପରିକି କେତେକ ଭାରତ ମାତା କି ଜୟ ନାରାବାଜି କରୁଥିବା ନଜର ଆସିଥିଲେ। ଏହାର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।