ଅଷ୍ଟ୍ରେଲିଆ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ପାଇଲଟ ନିଖୋଜ

ବ୍ରିସବେନ,୨୯।୭: ଅଷ୍ଟ୍ରେଲିଆରେ ସେନା ଅଭିଯାନ ସମୟରେ ଏକ ବଡ ଦୁର୍ଘଟଣା ହୋଇଛି। ଦେଶର ଉତ୍ତର-ପୂର୍ବ ଉପକୂଳ ନିକଟରେ ସମୁଦ୍ରରେ ହେଲିକପ୍ଟର ଖସି ପଡିବାରୁ ୪ ଅଷ୍ଟ୍ରେଲିଆ ସେନା ବିମାନର ପାଇଲଟ ନିଖୋଜ ହୋଇଯାଇଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ରିଚର୍ଡ ମାଲର୍ସ ଏହି ସୂଚନା ଦେଇ କହିଛନ୍ତି କି ଶୁକ୍ରବାର ବିଳମ୍ବିତ ରାତିରେ ଏମଆରଏଚ-୯୦ ତାଇପନ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି।

ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି କି ଚାଳକ ଦଳଙ୍କୁ ଖୋଜିବା ପାଇଁ ୟୁଏସ-ଅଷ୍ଟ୍ରେଲିଆ ଟେଲିସମ୍ୟାନ ସବରେ ଏକ୍ସରସାଇଜକୁ ବନ୍ଦ କରି ଦିଆଯାଇଛି। ସୂଚନାଯୋଗ୍ୟ, ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସେନା ଅଭ୍ୟାସର ଆରମ୍ଭ ହୋଇଥିଲା।

Share