Categories: ଖେଳ

କ୍ରମାଗତ ଦ୍ୱିତୀୟ ଥର ଅଷ୍ଟ୍ରେଲିଆନ୍‌ ଓପନ ଟାଇଟଲ୍ ଜିତିଲେ ଆରିନା ସାବାଲେଙ୍କା

ନୂଆଦିଲ୍ଲୀ,୨୭।୧: ବେଲାଋଷର ଆରିନା ସାବାଲେଙ୍କା ଅଷ୍ଟ୍ରେଲିଆନ୍‌ ଓପନ ୨୦୨୪ ମହିଳା ଏକକ ଟାଇଟଲ ଜିତିଛନ୍ତି। ଶନିବାର ମେଲବୋର୍ଣ୍ଣ ପାର୍କରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସାବାଲେଙ୍କା ଚୀନ୍‌ର ଜେଙ୍ଗ କିଆନୱେନଙ୍କୁ ସିଧାସଳଖ ସେଟରେ ୬-୩, ୬-୨ ରେ ପରାସ୍ତ କରିଛନ୍ତି। ଦୁଇ ଖେଳାଳିଙ୍କ ମଧ୍ୟରେ ମ୍ୟାଚ୍ ଏକ ଘଣ୍ଟା ୧୬ ମିନିଟ୍ ପର୍ୟ୍ୟନ୍ତ ଚାଲିଥିଲା। ଦ୍ୱିତୀୟ ସିଡ୍ ସାବାଲେଙ୍କା କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ ଟାଇଟଲ୍ ଜିତିଛନ୍ତି।

ଏହାସହ ଜେଙ୍ଗଙ୍କ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ସ୍ୱପ୍ନ ଭାଙ୍ଗିଯାଇଛି। ଜେଙ୍ଗ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପହଞ୍ଚିଥିଲେ। ଟାଇଟଲ୍ ଯାତ୍ରା ପର୍ଯ୍ୟନ୍ତ ସାବଲେଙ୍କା ଗୋଟିଏ ସେଟ୍ ମଧ୍ୟ ହାରି ନାହାନ୍ତି। ଗତ ବର୍ଷ କାଜାଖସ୍ତାନର ଏଲିନା ରୀବାକିନାଙ୍କୁ ପରାସ୍ତ କରି ସାବଲେଙ୍କା ମେଲବୋର୍ଣ୍ଣ ପାର୍କରେ ଟାଇଟଲ ଜିତିଥିଲେ।

Share