Posted inଖେଳ

ଅମ୍ପାୟର ଟଏଲେଟ୍‌କୁ ନ ଛାଡ଼ିବାରୁ ପ୍ୟାଣ୍ଟରେ ପରିସ୍ରା ଧମକ ଦେଲେ ଖେଳାଳି

ମେଲବୋର୍ନ, ୯ା୨- ଆରମ୍ଭରୁ ହିଁ ବିବାଦ ଘେରରେ ଥିବା ଟେନିସ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନରେ ମଙ୍ଗଳବାର ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏକ ମ୍ୟାଚ୍‌ ବେଳେ ଟଏଲେଟ୍‌ ବ୍ରେକ ଲାଗି କାନାଡା ଖେଳାଳି ଡେନିସ ଶାପୋଭାଲୋଭଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଅମ୍ପାୟର ଅନୁମତି ଦେଇ ନ ଥିଲେ।

ମାର୍ଗରେଟା କୋର୍ଟ ଏରିନାରେ ମଙ୍ଗଳବାର ଖେଳାଯାଇଥିବା ଇଟାଲିର ଜାନିକ ସିନ୍ନରଙ୍କ ବିପକ୍ଷ ମ୍ୟାଚ୍‌ରେ ବିଶ୍ୱର ୧୧ତମ ର଼୍ୟାଙ୍କଧାରୀ ଶାପୋଭାଲୋଭ ମ୍ୟାଚ୍‌ ଅଧାରେ ଅମ୍ପାୟର ନିକୋ ହେଲଓ୍ବେର୍ଥଙ୍କୁ ଟଏଲେଟ୍‌ ବ୍ରେକ ପାଇଁ ଅନୁରୋଧ କରିଥିଲେ। କିନ୍ତୁ ନିୟମ ଠାରୁ ଅଧିକ ଥର ଟଏଲେଟ୍‌ ଯିବାକୁ ଅନୁମତି ଦେଇପାରିବେ ନାହିଁ କହିଥିଲେ ଜର୍ମାନୀ ଅମ୍ପାୟର। ଏଥି ଯୋଗୁ ୨୧ ବର୍ଷୀୟ କାନାଡା ଖେଳାଳି ଉତ୍ତ୍ୟକ୍ତ ହୋଇ କହିଥିଲେ ” ମୁଁ ଟଏଲେଟ୍‌ ପଳେଇଲେ, କ’ଣ ହୋଇଯିବ? ମୋତେ ଜରିମାନା କରାଯିବ ନା ପ୍ରତିଯୋଗିତାରୁ ବିଦା କରିଦେବ ? ଏହାକୁ ମୁଁ ଖାତିର କରୁନାହିଁ। ମୋତେ ଟଏଲେଟ୍‌ ଯିବାର ଅଛି। ନ ହେଲେ ମୁଁ ପ୍ୟାଣ୍ଟ କି ବୋତଲରେ ପରିସ୍ରା କରିଦେବି“।

ଉଲ୍ଲେଖଥାଉ କି, ୫ ସେଟ୍‌ ବିଶିଷ୍ଟ ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ଶାପୋଭାଲୋଭ ୩-୬, ୬-୩, ୬-୨, ୪-୬, ୬-୪ ବ୍ୟବଧାନରେ ଜିତିଥିଲେ। ମ୍ୟାଚ୍‌ ଜିତିବା ପାଇଁ ତାଙ୍କୁ ପ୍ରାୟ ୪ ଘଣ୍ଟା ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଆଧିପତ୍ୟ ଜାରି: ୪ ବ୍ୟାଟ୍ସମ୍ୟାନ୍‌ ହାସଲ କଲେ ଅର୍ଦ୍ଧଶତକ

ମେଲବୋର୍ନ,୨୬।୧୨: ମେଲବୋର୍ନରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିନ ଆୟୋଜକ ଅଷ୍ଟ୍ରେଲିଆ ନାମରେ ହୋଇଥିଲା। ପାଞ୍ଚ ମ୍ୟାଚ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚରେ ୧୯...

ଏହି କାମ ପାଇଁ କୋହଲିଙ୍କ ଉପରେ ଲାଗିଲା ଜୋରିମନା

ମେଲବୋର୍ନ,୨୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ବିରାଟ କୋହଲି ପ୍ରଥମ ଅଧିବେଶନରେ ସାମ କନଷ୍ଟାସଙ୍କ ସହ ମୁହାଁମୁହିଁ ହୋଇଥିଲେ। ପଡ଼ିଆରେ ଝଗଡା...

୧,୧୧୨ ଦିନ ପରେ ଭାଙ୍ଗିଲା ରେକର୍ଡ: ବୁମ୍‌ରାଙ୍କ ମୁଣ୍ଡବିନ୍ଧା ବଢାଇଲେ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌

ମେଲବୋର୍ନ,୨୬।୧୨: ଡିସେମ୍ବର ୨୬ରୁ ବକ୍ସିଂ ଡେ ଟେଷ୍ଟ ଆରମ୍ଭ ହୋଇଛି। ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଏହା ହେଉଛି ଚତୁର୍ଥ ଟେଷ୍ଟ ମ୍ୟାଚ। ଭାରତ ଏବଂ ଅଷ୍ଟ୍ରେଲିଆ...

ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ କାହିଁକି ଖେଳାଯାଏ, ଜାଣନ୍ତୁ ଏହା ପଛର ଇତିହାସ

ମେଲବୋର୍ନ, ୨୬।୧୨: ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଆଜିଠାରୁ ଆରମ୍ଭ ହୋଇଛିଛି। ତେବେ ଏହି ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌...

ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ: ଅଷ୍ଟ୍ରେଲିଆର ଦମ୍‌ଦାର ଆରମ୍ଭ

ମେଲବୋର୍ନ,୨୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ ହୋଇଛି। ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତି ପ୍ରଥମେ...

‘ସାଣ୍ଟା କ୍ଲଜ୍’ ବେଶରେ ଆସି ଇଣ୍ଟରନେଟରେ ନିଆଁ ଲଗାଇଲେ ଧୋନୀ

ଭୁବନେଶ୍ୱର,୨୫।୧୨: ଭାରତର କିମ୍ବଦନ୍ତୀ ଅଧିନାୟକ ପୁଣିଥରେ ଇଣ୍ଟରନେଟ୍ ନିଆଁ ଲଗାଇଛନ୍ତି। ଖ୍ରୀଷ୍ଟମାସରେ ଏକ ନୂତନ ଅବତାରରେ ଆଶି ସେ ସମସ୍ତଙ୍କୁ ଚମକି ଦେଇଛନ୍ତି। ଧୋନି ପାଞ୍ଚ...

”ପ୍ରଥମ ଦେଖାରେ ପ୍ରେମ”, ବିମାନରେ ଦେଖା ହେବା ପରେ ବିବାହ କରିବାକୁ ନେଇଥିଲେ ନିଷ୍ପତ୍ତି

ହାଇଦ୍ରାବାଦ: ଭାରତର ଷ୍ଟାର ସଟଲର ପିଭି. ସିନ୍ଧୁ ନିକଟରେ ଭେଙ୍କଟ୍ଟ ଦତ୍ତ ସାଇଙ୍କୁ ବିବାହ କରିଛନ୍ତି। ନିକଟତମ ସମ୍ପର୍କୀୟଙ୍କ ଗହଣରେ ଡିସେମ୍ବର ୨୨ ରେ ସେମାନଙ୍କର...

ପ୍ରଥମ ଭାରତୀୟ ଦ୍ରୁତ ବୋଲର୍‌ ଭାବେ ଇତିହାସ ରଚିଲେ ଜସପ୍ରିତ ବୁମ୍‌ରା

ନୂଆଦିଲ୍ଲୀ,୨୫।୧୨: ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ବୋଲିଂ ର଼୍ୟାଙ୍କିଂରେ ୯୦୪ ଅଙ୍କ ହାସଲ କରି ଇତିହାସ ରଚିଛନ୍ତି। ସେ ସ୍ପିନର ରବିଚନ୍ଦ୍ରନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri