ମେଲବୋର୍ନ, ୧୧ା୧ (ପି.ଟି.)-ଭାରତୀୟ ଟେନିସ ଖେଳାଳି ରାମକୁମାର ରମାନାଥନ ଓ ଅଙ୍କିତା ରାଇନା ଅଷ୍ଟ୍ରେଲିଆନ ଓପନ କ୍ୱାଲିଫାୟର୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏପର୍ଯ୍ୟନ୍ତ ଏକ ଗ୍ରାଣ୍ଡସ୍ଲାମ ମୁଖ୍ୟ ଡ୍ର’ରେ ପଦାର୍ପଣ କରିପାରି ନ ଥିବା ରାମକୁମାର ୧୦ସିଡ୍ ତଥା ଆର୍ଜେଣ୍ଟିନାର ଫାକୁଣ୍ଡୋ ବାଗିନ୍ସଙ୍କୁ ୭-୬ (୬), ୭-୫ ସେଟ୍ରେ ହରାଇ ଦେଇଛନ୍ତି। ପୁରୁଷ ସିଙ୍ଗଲ୍ସର ଏହି ପ୍ରଥମ ରାଉଣ୍ଡ ମ୍ୟାଚ ଏକଘଣ୍ଟା ଓ ୫୩ ମିନିଟ ଧରି ଚାଲିଥିଲା। ମହିଳା ସିଙ୍ଗଲ୍ସରେ ଅଙ୍କିତା ହଙ୍ଗେରୀର ରେକା ଲୁକା ଜାନିଙ୍କୁ ୬-୨, ୬-୨ ସେଟ୍ରେ ପରାସ୍ତ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ମୁଖ୍ୟ ଡ୍ର ପାଇଁ ସୁମିତ ନାଗାଲ ପୂର୍ବରୁ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି ପାଇସାରିଛନ୍ତି।