ସିଙ୍ଗାପୁରରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାଉଥିବା ବିମାନରେ ବୋମା ଥିବା ସୂଚନା, ଅଷ୍ଟ୍ରେଲୀୟ ଯାତ୍ରୀ ଗିରଫ

ସିଡ଼ନୀ,୧୩।୧୦: ସିଙ୍ଗାପୁରରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାଉଥିବା ବିମାନରେ ବୋମା ଧମକ ଦେବା ଅଭିଯୋଗରେ ଅଷ୍ଟ୍ରେଲୀୟ ୩୦ ବର୍ଷୀୟ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଯାତ୍ରୀଙ୍କ ଦ୍ୱାରା ବୋମା ଧମକ ଦେବା ପରେ ବିମାନଟି ସିଙ୍ଗାପୁରକୁ ଫେରି ସନ୍ଧ୍ୟା ପ୍ରାୟ ୬.୨୬ ସମୟରେ ଚାଙ୍ଗି ବିମାନବନ୍ଦରରେ ସୁରକ୍ଷିତରେ ଅବତରଣ କରିଛି। ପୋଲିସ କହିଛି ଯେ, ଜଣେ ୩୦ବର୍ଷୀୟ ଅଷ୍ଟ୍ରେଲୀୟ ନାଗରିକ ବିରୋଧରେ ଅପରାଧିକ ଧମକ ଦେବାର ଅଭିଯୋଗ ହୋଇଛି ଏବଂ ଘଟଣାର ତଦନ୍ତ ଚାଲିଛି।

ପୋଲିସ ଏକ ବିବୃତ୍ତିରେ କହିଛି, ବିମାନ ନମ୍ବର ଟିଆର୧୬ ଅପରାହ୍ନ ୪.୧୧ରେ ଉଡାଣ ଭରିଥିଲା। କିଛି ସମୟ ପରେ ୪.୫୫ରେ ବିମାନ ବୋମା ଧମକ ପାଇଥିଲା। ସେ କହିଛନ୍ତି ଯେ, ବିମାନଟି ସିଙ୍ଗାପୁରରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାଇଥିଲା ଏବଂ ବୋମା ଧମକ ପାଇବା ପରେ ସିଙ୍ଗାପୁରକୁ ୟୁ- ଟର୍ନ କରି ଚାଙ୍ଗି ବିମାନବନ୍ଦରରେ ନିରାପଦରେ ଅବତରଣ କରିଛି। ଏହି ବିମାନକୁ ରିପବ୍ଲିକ ଅଫ ସିଙ୍ଗାପୁର ବାୟୁସେନା (ଆରଏସଏଫ) ଯୁଦ୍ଧ ବିମାନ ଦ୍ୱାରା ଫେରାଇ ଅଣାଯାଇଛି ବୋଲି ପୋଲିସ କହିଛି।

Share