Categories: ଖେଳ

ଜୋତାରେ ଖାସ୍‌ ବାର୍ତ୍ତା ଲେଖି ଚର୍ଚ୍ଚାରେ ଅଷ୍ଟ୍ରେଲିୟ ଖେଳାଳି: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଫସିଲେ ବିବାଦରେ…

ନୂଆଦିଲ୍ଲୀ,୧୩।୧୨: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏହି ମୁକାବିଲା ପୂର୍ବରୁ ଅଷ୍ଟ୍ରେଲିୟ ଖେଳାଳିଙ୍କ ଆଚରଣକୁ ନେଇ ବିବାଦ ଦେଖାଦେଇଛି। ଘଟଣାକୁ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ସହ ଯୋଡ଼ାଯାଉଛି।

ସମ୍ପୂର୍ଣ୍ଣ ଘଟଣାଟି ଏଭଳି। ଅଷ୍ଟ୍ରେଲିଆ ଓପନର ଉସ୍‌ମାନ ଖ୍ବାଜା ଅଭ୍ୟାସ ମ୍ୟାଚ୍‌ ସମୟରେ ଏକ ଜୋତା ପିନ୍ଧିଥିଲେ, ଯେଉଁଥିରେ ଏକ ଖାସ୍‌ ବାର୍ତ୍ତା ଲେଖାଯାଇଥିଲା। ସ୍ବାଧୀନତା ଏକ ମାନବାଧିକାର। ସମସ୍ତ ଜୀବନ ସମାନ ବୋଲି ତାଙ୍କ ଜୋତାରେ ଲେଖାଯାଇଥିଲା। ଏହା ପାଲେଷ୍ଟାଇନ ସମର୍ଥନରେ ଲେଖାଯାଇଥିଲା। ଯୁଦ୍ଧକୁ ନେଇ ସେ ବାର୍ତ୍ତା ଦେବାକୁ ଚାହୁଁଥିବାରୁ ଏଭଳି ଲେଖିଥିଲେ।

ମ୍ୟାଚ୍‌ ପୂର୍ବରୁ କ୍ରିକେଟରଙ୍କ ଜୋତାର ଫଟୋ ଭାଇରାଲ ହୋଇଥିଲା। ଏହାକୁ ନେଇ ବିବାଦ ଦେଖାଦେଇଛି। କାରଣ ଆଇସିସି ନିୟମାନୁଯାୟୀ କୌଣସି ଅନ୍ତର୍ଜାତୀୟ ମୁକାବିଲା ଅର୍ଥାତ ସିରିଜ ମଧ୍ୟରେ କୌଣସି ଖେଳାଳି ଏବଂ ଟିମ୍‌ ସହ ଜଡ଼ିତ ବ୍ୟକ୍ତି ରାଜନୈତିକ ବୟାନବାଜୀ, ରାଜନୈତିକ ବାର୍ତ୍ତା ଦେଇପାରିବେ ନାହିଁ।

ସିରିଜ ଆରମ୍ଭ ହୋଇ ନ ଥିଲେ ହେଁ ଉସ୍‌ମାନଙ୍କ ଏହି ବାର୍ତ୍ତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସେ ପୂର୍ବରୁ ମଧ୍ୟ ଏହି ଘଟଣାରେ ମୁହଁ ଖୋଲିଛନ୍ତି।

Share