ଭୁବନେଶ୍ୱର, ୨୫ା୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅଷ୍ଟ୍ରେଲିଆ ଓ ସ୍ପେନ୍ ମଧ୍ୟରେ ହକି ବିଶ୍ୱକପ୍ର କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୱେଷ୍ଟ ଷ୍ଟାଣ୍ଡରେ ବ୍ୟାନର ଧରି ଉପସ୍ଥିତ ଥିଲେ ଅଷ୍ଟ୍ରେଲିଆ ଦର୍ଶକ। ସେମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ଦଳର ୨ ନମ୍ବର ଖେଳାଳି ଟମ୍ କ୍ରେଗ୍ଙ୍କ ପରିବାର ଆକର୍ଷଣର କେନ୍ଦ୍ରରେ ରହିଥିଲେ। ପୁଅକୁ ସମର୍ଥନ କରିବା ପାଇଁ ନ୍ୟୁ ସାଉଥ୍ୱେଲ୍ସର ଲେନ୍କୋଭରୁ ଟମ୍ଙ୍କ ମା’ବାପା ଓଡ଼ିଶା ଆସି କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଉପଭୋଗ କରିଥିଲେ। ମ୍ୟାଚ ଆରମ୍ଭରେ ଅଷ୍ଟ୍ରେଲିଆ ଏକଦା ୦-୨ ଗୋଲରେ ପଛୁଆ ଥିଲେ ହେଁ ଅଷ୍ଟ୍ରେଲିଆ ଦର୍ଶକ ଜାତୀୟ ପତାକା ପ୍ରଦର୍ଶନ କରି ଖେଳାଳିଙ୍କୁ ଉତ୍ସାହିତ କରିବା ଜାରି ରଖିଥିଲେ। ଏହାର ଫାଇଦା ମଧ୍ୟ ଦଳକୁ ମିଳିଥିଲା। ଅଷ୍ଟ୍ରେଲିଆ ସଫଳ ପ୍ରତ୍ୟାବର୍ତ୍ତନ କରି ୪-୩ ଗୋଲରେ ବିିଜୟୀ ହୋଇଥିଲା। ମିଡ୍ ଫିଲ୍ଡର ମ୍ୟାଚରେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ। ପୁଅର ପ୍ରଦର୍ଶନ ଏବଂ ଅଷ୍ଟ୍ରେଲିଆର ବିଜୟରେ ଟମ୍ଙ୍କ ମା’ବାପା ଖୁସି ପ୍ରକଶ କରିଥିଲେ।