Categories: ଖେଳ

କୋହଲି କି ଧୋନୀ ନୁହନ୍ତି; ଏ ହେଉଛନ୍ତି ବିଶ୍ୱର ସବୁଠୁ ଧନୀ କ୍ରିକେଟର, ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୧୪।୩: ବିଶ୍ୱ କ୍ରିକେଟରେ ସବୁଠାରୁ ଧନୀ କ୍ରିକେଟର କିଏ? ଏହାକୁ ନେଇ ବର୍ଷ ୨୦୨୩ରେ ସମସ୍ତ ଖେଳାଳିଙ୍କ ମୋଟ ସମ୍ପତ୍ତି ତାଲିକା ସାମ୍ନାକୁ ଆସିଛି। ସିଇଓ ଓ୍ବାଲର୍‌ଡ ମାଗାଜିନ ମୁତାକ, ପୂର୍ବତନ ଅଷ୍ଟ୍ରେଲିୟ ଉଇକେଟକିପର ଆଡାମ ଗ୍ରିଲକ୍ରିଷ୍ଟ ସବୁଠାରୁ ଧନୀ କ୍ରିକେଟର ଅଟନ୍ତି। ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୩,୧୩୪ ହଜାର କୋଟି ଟଙ୍କା ଅଟେ। ସେହିଭଳି ତାଲିକାର ଦ୍ୱିତୀୟ ସ୍ଥାନରେ ମହାନ କ୍ରିକେଟର ସଚିନ୍‌ ତେନ୍ଦୁଲକର ଅଛନ୍ତି। ସଚିନଙ୍କ ମୋଟ ସମ୍ପତ୍ତି ପ୍ରାୟ ୧,୪୦୨ କୋଟି ଟଙ୍କା।

ଧନୀ କ୍ରିକେଟର ତାଲିକାର ତୃତୀୟ ସ୍ଥାନରେ ବିଶ୍ୱକପ୍‌ ବିଜେତା ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅଛନ୍ତି। ଧୋନିଙ୍କ ନେଟ୍‌ଓ୍ବର୍ଥ ପ୍ରାୟ ୯୪୯ କୋଟି ଟଙ୍କା ଅଟେ। ଏହାପରେ ଚତୁର୍ଥ ସ୍ଥାନରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଅଛନ୍ତି, ଯାହାଙ୍କ ସମ୍ପତ୍ତିର ମୂଲ୍ୟ ୯୨୩ କୋଟି ଟଙ୍କା ଅଟେ। ୫ମରେ ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ରିକି ପଣ୍ଟିଂ, ୬ଷ୍ଠରେ ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ଜ୍ୟାକ୍‌ କାଲିସ, ୭ମରେ ଓ୍ବେଷ୍ଟଇଣ୍ଡିଜର ଲିଜେଣ୍ଡ କ୍ରିକେଟର ବ୍ରାଏନ ଲାରା, ୮ମରେ ପୂର୍ବତନ ଓପନର୍‌ ବିରେନ୍ଦ୍ର ସେହ୍ବାଗ, ୯ମରେ ଯୁବରାଜ ସିଂହ, ୧୦ମରେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ଅଛନ୍ତି।

Share