ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓଗୁଡିକ ମଧ୍ୟରୁ କେତେକ ଏପରି ହୋଇଥାଏ ଯେ, ଆପଣ ବାରମ୍ବାର ଦେଖିବାକୁ ଚାହିଁବେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଭାରତୀୟ-ଅଷ୍ଟ୍ରେଲୀୟ ମହିଳାଙ୍କ ମୁଣ୍ଡରେ ଘାସ ବସ୍ତା ରଖୁଛନ୍ତି। ଯାହା ଦେଖି ଲୋକେ ଏହି ମହିଳାଙ୍କୁ ପ୍ରଶଂସା କରୁଛନ୍ତି।
ଭାରତୀୟ ଜଣକ ତାଙ୍କ ଅଷ୍ଟ୍ରେଲୀୟ ସ୍ତ୍ରୀଙ୍କ ସହ ଗାଁରେ ପହଞ୍ଚିଥିଲେ। ସେତେବେଳେ ଏହି ଦମ୍ପତି ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଥିଲେ। ଯେତେବେଳେ ବି ଜଣେ ବିଦେଶୀ ଭାରତକୁ ଆସନ୍ତି, ସେ ଏଠାକାର ସଂସ୍କୃତି, ପରମ୍ପରା ଏବଂ ଜୀବନ ଶୈଳୀ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ସେମାନେ ମଧ୍ୟ ଚାହିଁଥାନ୍ତି ଭାରତୀୟଙ୍କ ପରି କରିବାକୁ। ଏହି ଭିଡିଓ ଏହାର ଏକ ଉଦାହରଣ।
ଏହି ଭିଡିଓରେ ଅଷ୍ଟ୍ରେଲୀୟ ମହିଳା କର୍ଟନି ତାଙ୍କ ହରିୟାଣୀ ସ୍ବାମୀଙ୍କ ସହ ତାଙ୍କ ଗାଁରେ ବୁଲୁଥିବାର ନଜର ଆସିଛନ୍ତି। ସେ ବିଲ ମଧ୍ୟରେ ଥିବା ବନ୍ଧରେ ବୁଲନ୍ତି। ତା’ ପରେ ଗୋଟିଏ ସ୍ଥାନରେ ସ୍ବାମୀ ତାଙ୍କ ମୁଣ୍ଡକୁ ଘାସ ବସ୍ତା ଟେକୁଛନ୍ତି। ସେ ଏହାକୁ ମୁଣ୍ଡରେ ମୁଣ୍ଡାଇ କିଛି ବାଟ ବେଶ୍ ଖୁସି ମନରେ ବୋହି ନେଉଛନ୍ତି କର୍ଟନି। ସତେ କି ଜଣେ ଗ୍ରାମୀଣ ମହିଳା। କର୍ଟନିଙ୍କ ସ୍ବାମୀଙ୍କ ନାମ ଲଭଲିନ। ଯିଏ କି ତାଙ୍କ ପିଲାମାନଙ୍କ ସହିତ ମେଲବୋର୍ନରେ ରହୁଛନ୍ତି।
ଏହି ଭିଡିଓକୁ ଲଭଲିନ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ବର୍ତ୍ତମାନ ଏହି ଭିଡିଓକୁ ୬ ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ ୫୮ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍ କରିଛନ୍ତି। ଲୋକମାନେ ଭିଡିଓରେ ମଧ୍ୟ ଆକର୍ଷଣୀୟ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହା ବହୁତ ସୁନ୍ଦର। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ବିଦେଶରେ ରହୁଛନ୍ତି ହରିୟାଣୀ ଯୋଡ଼ି।