କୁକୁର ରଖିବାକୁ ଅମଙ୍ଗ ହେଉଛନ୍ତି ଅଷ୍ଟ୍ରେଲିଆ ଲୋକେ, ବାହାରେ ଛାଡି ଦେଉଛନ୍ତି…

ମେଲବୋର୍ନ,୨୬।୧୦ : କରୋନା ମହାମାରୀ ଯୋଗୁୁ ଅଷ୍ଟ୍ରେଲିଆରେ ଅର୍ଥନୀତି ସଙ୍କଟ ଜନକ ହୋଇଛି। ଲୋକଙ୍କ ବଞ୍ଚିବା କଷ୍ଟକର ହୋଇପଡିଛି। ସେମାନଙ୍କ ସମ୍ମୁଖରେ ଏବେ ସମସ୍ୟା ହେଉଛି କିଭଳି ପରିବାର ସଦସ୍ୟ ଏବଂ ଗୃହପାଳିତ ପ୍ରାଣୀମାନଙ୍କୁ ଖାଇବାକୁ ଦେବା। ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲୀୟମାନେ ସେମାନଙ୍କର ପ୍ରିୟ ପୋଷା କୁକୁରମାନଙ୍କୁ ଛାଡି ଦେଉଛନ୍ତି।

ମେଲବୋର୍ନରେ ଏକ କୁକୁର ଆଶ୍ରୟ ଗୃହ ଚଳାଉଥିବା ସୁସନ ତାଲେଭସ୍କି କହିଛନ୍ତି ଯେ ତାଙ୍କ ଆଶ୍ରୟ ଗୃହରେ ଗୃହପାଳିତ ପ୍ରାଣୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବହୁ ଗୃହପାଳିତ ପ୍ରାଣୀଙ୍କୁ ମାଲିକମାନେ ପରିତ୍ୟାଗ କରିଦେଉଛନ୍ତି। ସେମାନେ କହିଛନ୍ତି ଯେ, ସାମ୍ପ୍ରତିକ ଆର୍ଥିକ ସ୍ଥିତି ଯୋଗୁ ସେମାନେ ଘରେ ଗୃହପାଳିତ ପ୍ରାଣୀଙ୍କୁ ରଖିବାକୁ ସକ୍ଷମ ନୁହନ୍ତି। ଦରଦାମ ବୃଦ୍ଧି ଯୋଗୁଁ ଏହି ସମସ୍ୟା ବଢ଼ିବାରେ ଲାଗିଛି ବୋଲି ସୁସନ କହିଛନ୍ତି।

କୁକୁର ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ଗୋଟିଏ କୁକୁରର ଏକ ବର୍ଷର ଖାଦ୍ୟ ପ୍ରାୟ ୮୦ ହଜାର ଟଙ୍କା। ସୁସନ କହିଛନ୍ତି, ଆମ ଆଶ୍ରୟ ଗୃହରେ ୫୦୦ ପ୍ରାଣୀ ଅଛନ୍ତି। ସେମାନଙ୍କୁ ଖାଇବାକୁ ଦେବାକୁ ମଧ୍ୟ ଆମ ପାଇଁ କଷ୍ଟକର ହୋଇପଡୁଛି। ସରକାରୀ ଆକଳନ ଅନୁଯାୟୀ ଅଷ୍ଟ୍ରେଲିଆରେ ଗୃହପାଳିତ ପ୍ରାଣୀମାନଙ୍କ ଖାଦ୍ୟ ସାମଗ୍ରୀ ୧୨ ପ୍ରତିଶତ ମହଙ୍ଗା ହୋଇଛି। ଏହା ସହିତ ଅନ୍ୟ ଖାଦ୍ୟ ଏବଂ ପାନୀୟ ଦ୍ୱିଗୁଣିତ ହୋଇଛି ।

ଗତ କିଛି ମାସ ମଧ୍ୟରେ ସମଗ୍ର ବିଶ୍ୱରେ ପୋଷା ପ୍ରାଣୀଙ୍କର ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇଛି। ଏଥିରେ ମାଂସ, ଶସ୍ୟ ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟସ ଅନ୍ତର୍ଭୁକ୍ତ। ବିସିସି ରିପୋର୍ଟ ଅନୁଯାୟୀ ଏହା ବର୍ତ୍ତମାନ ବତଶ୍ୱର ଏକ ବଡ଼ ସମସ୍ୟା ପାଲଟିଛି।

Share