Categories: ଖେଳ

ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ସ୍ଥିତି ମଜଭୁତ: ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪/୧୫୬

ଇନ୍ଦୋର,୧।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଇନ୍ଦୋରରେ ଖେଳାଯାଉଥିବା ସିରିଜର ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ କଙ୍ଗାରୁ ଦଳର ନାଁରେ ରହିଛି। ବୋଲିଂରେ ଚମତ୍କାର ପ୍ରଦର୍ଶନ ଟିମ ଇଣ୍ଡିଆକୁ ପ୍ରଥମ ଇନିଂସକୁ ୧୦୯ ରନ୍‌ରେ ସୀମିତ ରଖିଥିଲା। ଏହାର ଜବାବରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦଳ ୪ ଉଇକେଟ ହରାଇ ୧୫୬ ରନ ସ୍କୋର କରିଛି। ଫଳରେ କଙ୍ଗାରୁ ଦଳ ପ୍ରଥମ ଇନିଂସ ଆଧାରରେ ୪୭ ରନର ଅଗ୍ରଣୀ ହାସଲ କରିଛି।
ଏହି ମ୍ୟାଚରେ ଟସ ଜିତିବା ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଲୋକେଶ ରାହୁଲଙ୍କ ସ୍ଥାନରେ ଟିମ ଶୁବମାନ ଗିଲ ସାମିଲ ହୋଇଥିବାବେଳେ ଉମେଶ ଯାଦବ ମହମ୍ମଦ ଶାମିଙ୍କ ସ୍ଥାନରେ ନେଇଥିଲେ।

Share