Categories: ଖେଳ

ଅଷ୍ଟ୍ରେଲିଆ ସ୍ଥିତି ମଜଭୁତ: ଉଇକେଟ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଅହମ୍ମଦାବାଦ,୧୦।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚ୍‌ରେ ଟସ ଜିତି ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦ୍ୱିତୀୟ ଦିନର ଲଞ୍ଚ୍‌ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ୪ ଉଇକେଟ୍‌ ହରାଇ ୨୪୭ ରନ ସଂଗ୍ରହ କରିଛି। ଭାରତୀୟ ବୋଲରମାନେ ଏପର୍ଯ୍ୟନ୍ତ ଦ୍ୱିତୀୟ ଦିନରେ ପ୍ରଭାବହୀନ ଦେଖାଯାଉଛନ୍ତି ଏବଂ ଗୋଟିଏ ଉଇକେଟ୍‌ ପାଇଁ ଅପେକ୍ଷା କରିଛନ୍ତି। ଦ୍ୱିତୀୟ ଦିନରେ ଏପର୍ଯ୍ୟନ୍ତ ୨୯ ଓଭର ବୋଲିଂ କରାଯାଇଛି, କିନ୍ତୁ ଭାରତୀୟ ଦଳ ଆଜି ଗୋଟିଏ ବି ଉଇକେଟ ପାଇନାହିଁ। ବର୍ତ୍ତମାନ, ଉସମାନ ଖ୍ବାଜା ୩୫୪ ବଲରେ ୧୫୦ ରନ ଏବଂ କ୍ୟାମେରନ ଗ୍ରୀନ ୧୩୫ ବଲରେ ୯୫ ରନ ସ୍କୋର କରିଛନ୍ତି। ଗ୍ରୀନ ପାଞ୍ଚ ରନ ସ୍କୋର କରିବା ମାତ୍ରେ ଟେଷ୍ଟରେ ତାଙ୍କର ପ୍ରଥମ ଶତକ ସ୍କୋର କରିବେ। ଏପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ପଞ୍ଚମ ଉଇକେଟ ପାଇଁ ୨୯୦ ବଲରେ ୧୭୭ ରନର ଭାଗିଦାରୀ ହୋଇଛି।

Share