ଅଷ୍ଟ୍ରେଲିଆରେ ଅସହ୍ୟ ଗରମ, ଜଙ୍ଗଲ ନିଆଁରେ ଅସ୍ତବ୍ୟସ୍ତ ଭିକ୍ଟୋରିଆ ରାଜ୍ୟ

କାନବେରା,୫।୧: ଭାରତର ଲୋକମାନେ ଶୀତରେ ଥରୁଥିବାବେଳେ ଅଷ୍ଟ୍ରେଲିଆର ଦକ୍ଷିଣ-ପୂର୍ବ ଅଞ୍ଚଳରେ ପ୍ରବଳ ଗରମ ହେତୁ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଏହା ଦ୍ୱାରା ଜଙ୍ଗଲ ନିଆଁର ଆଶଙ୍କା ବଢିଯାଇଥିଲା ଏବଂ କର୍ତ୍ତୃପକ୍ଷ ଭିକ୍ଟୋରିଆ ରାଜ୍ୟର ଅଧିକ ଅଞ୍ଚଳରେ ଅଗ୍ନି ନିଷେଧ ଲାଗୁ କରିବାକୁ ବାଧ୍ୟ ହୋଇଥିଲେ।
ଅଷ୍ଟ୍ରେଲିଆ ଏବେ ନିଆଁର କବଳରେ ରହିଛି। ଗତ ସପ୍ତାହରେ ଅଗ୍ନିଶମ କର୍ମଚାରୀମାନେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ସହ ଲଢିଛନ୍ତି। ଭିକ୍ଟୋରିଆର ଗ୍ରାମ୍ପିଆନ୍ସ ଜାତୀୟ ଉଦ୍ୟାନରେ ଏହି ଅଗ୍ନିକାଣ୍ଡ ଘଟିଥିଲା ଯେଉଁଥିରେ ଘର ଓ ଚାଷ ଜମି ପୋଡି ପାଉଁଶ ହୋଇଯାଇଥିଲା। ଗତ ସପ୍ତାହରେ ଅଗ୍ନିଶମ କର୍ମଚାରୀମାନେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ସହ ଅଷ୍ଟ୍ରେଲିଆ ଯେମିତି ନିଆଁ ଋତୁରେ ଅଛି।

ପାଣିପାଗ ବିଭାଗର ଅଧିକାରୀ ମରିୟମ ବ୍ରାଡବିରୀ ଏ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି।
ସେ କହିଛନ୍ତି, ରବିବାର ଭିକ୍ଟୋରିଆରେ ତାପମାତ୍ରା ବୃଦ୍ଧି ପାଇବ। ବ୍ରାଡବିରୀ ଅଷ୍ଟ୍ରେଲୀୟ ବ୍ରଡକାଷ୍ଟିଂ କର୍ପୋରେଟରଙ୍କୁ କହିଛନ୍ତି ଯେ ଅଗ୍ନି ବିପଦର ଅର୍ଥ ହେଉଛି ଯେ ଅଧିକ ଜିଲାରେ ଅଗ୍ନିକାଣ୍ଡ ବୃଦ୍ଧି ପାଉଛି।
ପାଣିପାଗ ବିଜ୍ଞାନୀ ନିଜ ୱେବସାଇଟରେ କହିଛନ୍ତି ଯେ ରବିବାର ପଶ୍ଚିମ ଅଷ୍ଟ୍ରେଲିଆ, ନ୍ୟୁ ସାଉଥ ୱେଲ୍ସ ଏବଂ ତସମାନିଆ ରାଜ୍ୟରେ ମଧ୍ୟ ଉତ୍ତାପ ତରଙ୍ଗ ସତର୍କ ସୂଚନା ଜାରି କରାଯାଇଛି।
ବ୍ରାଡବିରୀ କହିଛନ୍ତି ଯେ ରବିବାର ରାତିରେ ଦେଶର ଦକ୍ଷିଣ-ପୂର୍ବରେ ବାୟୁ ପରିବର୍ତ୍ତନ ସହିତ ଏକ ଶୀତଳ ପରିବର୍ତ୍ତନ ଆଶା କରାଯାଉଛି। ଅଷ୍ଟ୍ରେଲିଆର ଗତ କିଛି ଗ୍ରୀଷ୍ମ ଋତୁ ୨୦୧୯-୨୦୨୦ ଭୟଙ୍କର ଜଙ୍ଗଲ ନିଆଁର ‘ବ୍ଲାକ ସମର’ ତୁଳନାରେ ଶାନ୍ତ ରହିଛି। ଯାହାକି ତୁର୍କୀ ଆକାରର ଅଞ୍ଚଳକୁ ନଷ୍ଟ କରି ଦେଇଥିଲା। ଯେଉଁଥିରେ ୩୩ଜଣ ଲୋକ ଏବଂ କୋଟି କୋଟି ପ୍ରାଣୀ ପ୍ରାଣ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପଙ୍କୁ ଲାଗିଲା ଶକ୍ତ ଝଟ୍‌କା

ଓ୍ବାଶିଂଟନ,୭।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ ସମାରୋହ ପୂର୍ବରୁ ନ୍ୟୁୟର୍କ କୋର୍ଟରୁ ଏକ ବଡ଼ ଝଟ୍‌କା ପାଇଛନ୍ତି। ଜଜ ଟଙ୍କା...

ଅନିତା ଆନନ୍ଦ କିଏ, ଯିଏ ହେବେ କାନାଡାର ପରବର୍ତ୍ତି ପ୍ରଧାନମନ୍ତ୍ରୀ, ଭାରତ ସହ ରହିଛି ସମ୍ପର୍କ

ଓଟାଓ୍ବା,୭।୧: ପ୍ରାୟ ଏକ ଦଶନ୍ଧି ଧରି ଶାସନ ପରେ ସୋମବାର (ଜାନୁଆରୀ ୬) ରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଇସ୍ତଫା ଦେଇଛନ୍ତି। ଏହି କାରଣରୁ...

ଇସ୍ତଫା ପରେ ପ୍ରଥମଥର ମୁହଁ ଖୋଲିଲେ ଟ୍ରୁଡୋ: ଖୋଲି କହିଲେ ମନର କଥା

ଓଟ୍ଟାଓ୍ବା,୬।୧ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ସୋମବାର ଲିବେରାଲ ପାର୍ଟି ନେତା ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ୯ ବର୍ଷର...

ଇସ୍ତଫା ଦେଲେ ଜଷ୍ଟିନ ଟ୍ରୁଡୋ, ଭାରତ ବିରୋଧରେ ଅଭିଯୋଗ ହେଲା କାଳ

ନୂଆଦିଲ୍ଲୀ,୬।୧: କାନାଡ଼ା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଟ୍ରୁଡୋ। ନିଜ ସରକାର ଏବଂ ବ୍ୟକ୍ତିଗତ ସମାଲୋଚନା ମଧ୍ୟରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଦେଶକୁ...

ଭାରତ ବିରୋଧରେ ଅଭିଯୋଗ ହେଲା କାଳ, ବିଦାୟ ବାଟରେ ଜଷ୍ଟିନ ଟ୍ରୁଡୋ

ନୂଆଦିଲ୍ଲୀ,୬।୧: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏକଦା ଲିବେରଲା ପାର୍ଟିର ଭବିଷ୍ୟତ ଉଜ୍ଜଳ କରିବେ ବୋଲି ଆଶା କରାଯାଉଥିଲା ବେଳେ ନିଜ ଦଳ ମଧ୍ୟରେ ବିବାଦୀୟ...

‘ଫେବୃଆରୀ ୧୨ ସୁଦ୍ଧା ହାଜର ହୁଅନ୍ତୁ, ନହେଲେ…’ ଶେଖ ହାସିନାଙ୍କ ଚିନ୍ତା ବଢାଇଲେ ୟୁନୁସ୍‌, କଲେ ଏମିତି…

ଢାକା,୬।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା କମିବାର ନାଁ ଧରୁନାହିଁ। ଦେଶର ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ ହାସିନା ଏବଂ ତାଙ୍କ ପୂର୍ବତନ ପ୍ରତିରକ୍ଷା...

ମାଡି ଆସୁଛି ଭୟଙ୍କର ବରଫ ଝଡ଼: ଆମେରିକାରେ ହାଇଆଲର୍ଟ

ଓ୍ବାଶିଂଟନ୍‌,୬।୧: ପ୍ରବଳ ଥଣ୍ଡା ସାଙ୍ଗକୁ ବରଫ ଝଡ଼ ଆମେରିକାବାସୀଙ୍କୁ କଲବଲ କରୁଛି। ଚାରିଆଡେ ଜୁଆଡେ ଦେଖିବ ବରଫ ହିଁ ବରଫ। ଘର, ରାସ୍ତାଘାଟ ଉପରେ ବରଫର...

ଦକ୍ଷିଣ କୋରିଆ ପହଞ୍ଚିଲେ ଆମେରିକା ବୈଦେଶିକ ମନ୍ତ୍ରୀ, ଏପଟେ ମିଶାଇଲ ପରୀକ୍ଷା କଲେ ଏକଛତ୍ରବାଦୀ ଶାସକ

ସିଓଲ,୬।୧: ସୋମବାର ଉତ୍ତର କୋରିଆ ଏକ ମଧ୍ୟବର୍ତ୍ତୀ ରେଞ୍ଜ ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ସମୁଦ୍ରରେ ଫିଙ୍ଗି ଦେଇଥିଲା। ଦକ୍ଷିଣ କୋରିଆରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆମେରିକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri