Categories: ଖେଳ

ଅଷ୍ଟ୍ରେଲିଆ ଆଗରେ ୩୧୨ ରନ୍‌ର ବିଜୟ ଟାର୍ଗେଟ୍‌

ଲକ୍ଷ୍ନୌ,୧୨।୧୦: ଲକ୍ଷ୍ନୌର ଇକାନା କ୍ରିକେଟ ଷ୍ଟାଡ଼ିୟମରେ ଖେଳାଯାଉଥିବା ୨୦୨୩ ବିଶ୍ୱକପ୍‌ର ଗୁରୁବାର ଦଶମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇଁ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୩୧୧ ରନ୍‌ କରିବାରେ ସକ୍ଷମ ହୋଇଛି। ଫଳରେ ଅଷ୍ଟ୍ରେଲିଆ ଆଗରେ ୩୧୨ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଦକ୍ଷିଣ ଆଫ୍ରିକା।

ଦକ୍ଷିଣ ଆଫ୍ରିକାର ଦୁଇ ଓପନର କ୍ବିଣ୍ଟନ୍‌ ଡି.କକ୍‌ ଏବଂ ଅଧିନାୟକ ଟେମ୍ବା ବାଭୁମା ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳକୁ ମଜବୁତ ଷ୍ଟାଟ୍‌ ଦେଇଥିଲେ। ଅନ୍ୟପକ୍ଷେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଡି’କକ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ୧୧୩ ରନ୍‌ର ଧୂଆଁଧାର ଶତକୀୟ ଇଂନିସ୍‌ ଖେଳି ଥିଲେ। ଅଧିନାୟକ ବାଭୁମା ୩୫ ରନ୍‌ କରିଥିବା ବେଳେ ଆଉଡେନ୍‌ ମାର୍କରାମ ୫୬ ରନ୍‌ କରିଥିଲେ। ରସିଭାନ ଡେର୍‌ ଡୁସେନ ୨୬ ରନ୍‌ କରିଥିବା ବେଳେ ହେନେରିକ କ୍ଲାସେନ ୨୯ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ଶେଷ ବେଳକୁ ଡେଭିଡ୍‌ ମିଲର୍‌ ୧୭ ରନ୍‌ କରିଥିବା ବେଳେ ମାର୍କୋ ଜାନସେନ୍‌ ୨୬ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇଂନିସ୍‌ ଖେଳିଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ୩୧୧ ରନ୍‌ କରିଥିଲା।

Share