ହିମସ୍ଖଳନରେ ୮ ମୃତ୍ୟୁ

ଭିଏନା, ୬।୨: ଅଷ୍ଟ୍ରିଆରେ ହୋଇଥିବା ହିମସ୍ଖଳନରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଏନେଇ ସୂଚନା ଦେଇଛି। ପୋଲିସର ସୂଚନାନୁସାରେ, ସ୍କୁଲ ଛୁଟି ସମୟରେ ଭିଏନାରେ ସ୍କି ରିସର୍ଟଗୁଡିକରେ ପ୍ରବଳ ଭିଡ଼ ଦେଖାଦେଇଛି। ପବନ ଏବଂ ତୁଷାରପାତ ଯୋଗୁ ହିମସ୍ଖଳନ ଆଶଙ୍କା ସୃଷ୍ଟି ହୋଇଛି।
ହିମସ୍ଖଳନରେ ୭ ଜଣ ସ୍କାଏର ନିଖୋଜ ଥିଲେ। ସ୍କାଏରଙ୍କୁ ଖୋଜିବା ପାଇଁ ଅତି କମରେ ୨୦୦ ଜଣ ଲୋକ, ୭ଟି ହେଲିକପ୍ଟର ନିୟୋଜିତ ଥିଲା। ଏହି ସମୟରେ ୭ ଜଣ ସ୍କାଏରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଉଦ୍ଧାର କାର୍ଯ୍ୟ ସମୟରେ ୪ ଜଣ ଆହତ ହୋଇଥିବା ଜଣାପଡିଛି। ସେହିପରି ହିମସ୍ଖଳନରେ ଟାଇରୋଲ ରାଜ୍ୟର ଶିର୍ମିନ ମ୍ୟୁନିସିପାଲିଟିରେ ୫୮ ବର୍ଷୀୟ ଜଣେ ସ୍ଥାନୀୟ ନାଗରିକଙ୍କର ମୃତ୍ୟୁ ଘଟିଛି।

Share