Categories: ଜାତୀୟ

ଦିଲ୍ଲୀସ୍ଥିତ ଦୂତାବାସକୁ ୧୧ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ କଲା ଅଷ୍ଟ୍ରିଆ

ନୂଆଦିଲ୍ଲୀ/ଭିଏନା,୩।୧୧: ଅଷ୍ଟ୍ରିଆର ଭିଏନାରେ ଏକାଧିକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହାପରେ ସୁରକ୍ଷା ଦୃଷ୍ଟିରୁ ଅଷ୍ଟ୍ରିଆ ସରକାର ଦିଲ୍ଲୀରେ ଥିବା ଦୂତାବାସକୁ ନଭେମ୍ବର ୧୧ ପର୍ଯ୍ୟନ୍ତ ବନ୍ଦ କରି ଦେଇଛନ୍ତି। ଆତଙ୍କବାଦୀମାନେ ୬ ଭିନ୍ନ ଭିନ୍ନ ସ୍ଥାନରେ ଲୋକଙ୍କ ଉପରେ ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ ସମୟରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସୈନ୍ୟ ବାହିନୀଙ୍କୁ ସହରରେ ମୁତୟନ କରାଯାଇଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି।

Share