ଟିକା ନ ନେଇଥିବା ଲୋକଙ୍କୁ ଲକଡାଉନରେ ବନ୍ଦ ରଖିବ ଅଷ୍ଟ୍ରିୟା, ୟୁରୋପ ପୁଣି ପାଲଟିଲା ମହାମାରୀର କେନ୍ଦ୍ର

ଭିଏନା,୧୩ ।୧୧: ୟୁରୋପରେ କରୋନା ମହାମାରୀ ପୁଣିଥରେ ମୁଣ୍ଡ ଟେକିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ୟୁରୋପ ପୁଣିଥରେ କରୋନା ମହାମାରୀର କେନ୍ଦ୍ର ପାଲଟିଯାଇଛି । କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପଶ୍ଚିମ ୟୁରୋପ । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ଲକଡାଉନ କଥା ଚିନ୍ତା କଲେଣି । ଅନ୍ୟପଟେ ଟିକା ନ ନେଇଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡିଲାଣି ଅଷ୍ଟ୍ରିୟା । ଟିକା ନ ନେଇ ଥିବା ଲୋକଙ୍କୁ ଘରେ ଲକଡାଉନରେ ରହିବାକୁ ପରାମର୍ଶ ଦିଆଯିବାର ଯୋଜନା କରାଯାଉଛି । ଅଷ୍ଟ୍ରିୟାର ଚାନ୍‌ସେଲର ଆଲେକଜାଣ୍ଡର ସାଲେନବର୍ଗ କହିଛନ୍ତି ଉପର ଅଷ୍ଟ୍ରିୟା ଓ ସାଲ୍‌ଜବର୍ଗରେ ଟିକା ନ ନେଇଥିବା ଲୋକଙ୍କ ପାଇଁ ସୋମବାରଠାରୁ ଭିନ୍ନ ନିୟମ ଲାଗୁ କରାଯିବ । ଯେଉଁମାନଙ୍କୁ ନିହାତି ଆବଶ୍ୟକ ସମାଗ୍ରୀ କିଣିବାର ଅଛି, ଡାକ୍ତରଙ୍କ ପାଖକୁ ଯିବାକୁ ଅଛି ଅବା ଚାକିରି ପାଇଁ ବାହାରକୁ ଯିବାର ଅଛି କେବଳ ସେହିମାନଙ୍କୁ ବାଦ୍ ଦେଇ ଅନ୍ୟମାନେ ଟିକା ନ ନେଇଥିଲେ ଘରୁ ବାହାରକୁ ବାହାରି ପାରିବେ ନାହିଁ । ଏହାସହ ପଡୋଶୀ ଜର୍ମାନୀରେ ବି ସଂକ୍ରମଣ ପୁଣିଥରେ ବୃଦ୍ଧି ପାଉଥିବା ଜଣାପଡିଛି ।

Share