Categories: ଖେଳ

ପାକିସ୍ତାନକୁ ପଛରେ ପକାଇ ଭାରତ ରଚିଲା ଇତିହାସ

ସିଡନୀ,୭।୧୨: ଶିଖର ଧାୱନଙ୍କ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଟି -୨୦ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ସିଡନୀରେ ରବିବାର ଦ୍ୱିତୀୟ ଟି -୨୦ ରେ ଅଷ୍ଟ୍ରେଲିଆ ୬ଟି ଉଇକେଟରେ ଭାରତ ହରାଇଥିଲା। ଫଳରେ ଭ୍ରମଣକାରୀ ଦଳ ଦିନିକିଆ ସିରିଜରେ ୧-୨ପରାଜୟର ପ୍ରତିଶୋଧ ନେଇଛ। ଏହା ଭାରତର ଐତିହାସିକ ଟି -୨୦ ବିଜୟ ଥିଲା। ଭାରତର ଏହି ବିଜୟ ପରେ ଟି-୨୦ ଲଗାତର ୧୦ମ ବିଜୟ ଲାଭ କରିଛି। ଏହାସହ ଭାରତ ପାକିସ୍ତାନର ବଡ ରେକର୍ଡ ଭାଙ୍ଗିବାରେ ସମର୍ଥ ହୋଇଛି। ୨୦୧୮ ଜୁଲାଇ ୨୦୧୮ ନଭେମ୍ବର ପର୍ଯ୍ୟନ୍ତ ପାକିସ୍ତାନ ଲଗାତର ୯ଟି ଟି-୨୦ ଜିତିଥିଲା। ଭାରତ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଜିତି ଏହି ରେକର୍ଡକୁ ଭାଙ୍ଗିଛି। ସେହିପରି ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଅଷ୍ଟ୍ରେଲିଆ ମାଟିରେ ଦ୍ୱିତୀୟ ସର୍ବାଧିକ ଟାର୍ଗେଟ ପିଛା କରି ଭାରତ ଜିତିଛି। ୨୦୧୬ରେ ଭାରତ ୧୯୮ ବିଜୟ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିଥିବାବେଳେ ଏବେ ୧୯୫ ଟାର୍ଗେଟ ପିଛା କରି ଜିତିଛି।