Posted inଫୁରସତ

ପ୍ରଭୁ କୃପା ପାଇଁ ବଞ୍ଚିଛି: ଜନ୍ମେଜୟ ଚୌଧୁରୀ

ଏକାଧାରରେ ସେ ଜଣେ ପ୍ରାବନ୍ଧିକ, ଲେଖକ, ଗବେଷକ, ଐତିହାସିକ ତଥା ଅଧ୍ୟାପକ। ସେ ହେଲେ ଜନ୍ମେଜୟ ଚୌଧୁରୀ, ଜନ୍ମ ୧୪।୧।୧୯୬୮ ମସିହାରେ। ମାତା କାମେଶ୍ୱରୀ ଚୌଧୁରୀ, ପିତାଙ୍କ ନାମ ଲକ୍ଷ୍ମୀଧର ଚୌଧୁରୀ। ଘର ଖୋର୍ଦ୍ଧା ଜିଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଭୂଷଣ୍ଡପୁର ଗ୍ରାମରେ। ସେ କୁହନ୍ତି, ‘ମୋର ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା ଗାଁ ସ୍କୁଲରେ ହୋଇଥିଲା। ଏହାପରେ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟରେ ପଢ଼ିଥିଲି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଓ ଡକ୍ଟୋରେଟ ଡିଗ୍ରୀ ଲାଭ କରିଛି। ୧୯୯୪ ମସିହାରୁ ଲେଖାଲେଖିରେ ଅଧିକ ସମୟ ଦେଇଆସିଛି। ପ୍ରକୃତରେ ଏହି ଲେଖିବା ଅଭ୍ୟାସ ମୋର ଗବେଷଣା ସମୟରେ ଆରମ୍ଭ ହୋଇଥିଲା। ଏଥିପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ବୀଣା କୁମାରୀ ଶର୍ମାଙ୍କ ପ୍ରେରଣା ମିଳିଥିଲା। ଗବେଷଣା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଥିବା ଏକାଧିକ ପାଠାଗାର ଏବଂ କେତେକ ଅଭିଲେଖାଗାର ଓ ମ୍ୟୁଜିୟମକୁ ଯାଇଛି। ସେଠାରୁ ଅନେକ ତଥ୍ୟ ସଂଗ୍ରହ କରିବାର ସୁଯୋଗ ମିଳିଛି। ଏବେ ବି ମୋ ମନେ ଅଛି କେଉଁଠାରେ କେଉଁ ତଥ୍ୟ ମିଳିବ। କୌଣସି ଗବେଷଣାତ୍ମକ ପ୍ରବନ୍ଧ ଲେଖିଲାବେଳେ ସେହି କଥା ମନେପଡ଼େ। କିନ୍ତୁ ମୋର ଗୋଟେ ଅନୁଭବର କଥା ହେଲା କୌଣସି ପ୍ରବନ୍ଧ ବା ଗ୍ରନ୍ଥ ଲେଖିବା ପୂର୍ବରୁ ଏକ ଆଧ୍ୟାତ୍ମିକ ନିର୍ଦ୍ଦେଶ ମୋତେ ଆସିଥାଏ। ଯେତେ ବାଧାବିଘ୍ନ ଥିଲେ ମଧ୍ୟ ସତେଯେମିତି କିଏ ମୋତେ ପଛରୁ ଠେଲି ପକାଉଥାଏ। ଯେମିତିହେଉ ସେହି କାର୍ଯ୍ୟ ସମ୍ପୂର୍ଣ୍ଣ କରିଥାଏ। ଉଦାହରଣ ସ୍ବରୂପ ଯେତେବେଳେ ମା’ ଭଗବତୀଙ୍କ ସମ୍ପର୍କରେ ପୁସ୍ତକ ରଚନା ପାଇଁ ମନସ୍ଥ କଲି, ଠିକ୍‌ ସେହି ସମୟରେ ବହୁଥର ମା’ ଭଗବତୀଙ୍କୁ ସ୍ବପ୍ନରେ ଦେଖିଛି ଏବଂ ନିର୍ଦ୍ଦେଶ ହୋଇଛି କେଉଁ ତଥ୍ୟ କେଉଁଠାରେ ରହିଛି। ଘରେ ବିଭିନ୍ନ ପ୍ରକାର ପୁସ୍ତକ ସାଇତି ରଖିବାରେ ମୋର ରୁଚି ରହିଛି।

ପୁସ୍ତକଟି ଲେଖିବା ଆରମ୍ଭ କରିଲେ ପ୍ରକାଶନ ପଯର୍‌ୟନ୍ତ କେମିତି କାମ ହେଇଯାଏ ଜଣାପଡ଼େନି। ମୋର ରଚିତ ଏକାଧିକ ପୁସ୍ତକର ପ୍ରବନ୍ଧକୁ ପାଠକରି ବହୁ ପାଠକପାଠିକା, ଗବେଷକ, ଛାତ୍ରୀଛାତ୍ର ମୋଠାରୁ ତଥ୍ୟ ନେଇଥାନ୍ତି। ଯାହା ମୋତେ ବେଶ ଭଲ ଲାଗିଥାଏ। ଏବେ ମୁଁ କାଇପଦର କଲେଜରେ ଏମ୍‌ଏରେ ଅଧ୍ୟାପନା କରୁଛି। ମୋ ଲେଖା କଲେଜ ସିଲାବସ୍‌ରେ ବି ସାମିଲ ହୋଇଛି। ମୋ ରଚିତ ପୁସ୍ତକ ମଧ୍ୟରେ-ସତ୍ୟପୀର ଶ୍ରୀ ବୁଖାରୀବାବା, ବୀରଶ୍ରେଷ୍ଠ ବକ୍ସି ଜଗବନ୍ଧୁ, ସ୍ବାଧୀନ ଭାରତର ପ୍ରଥମ କଶ୍ମୀର ଯୁଦ୍ଧ, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ, କଳିଙ୍ଗବୈଶ୍ୟ ଜାତିର ଉତ୍ପତି ଓ କୀର୍ତ୍ତି, A focus on Jagannath culture ଓ the shrine of Bokhari Baba, ଭାରତ ଇତିହାସ, ପୃଥିବୀ ଇତିହାସ, World history, ମହାଦେବୀ ଉଗ୍ରତାରା, ପ୍ରାଚୀନ ବିଶ୍ୱର ସମାଜ ବ୍ୟବସ୍ଥା ଓ ସାଂସ୍କୃତିକ ରୂପରେଖ, ମହାଶକ୍ତି ମା ଭଗବତୀ ଆଦି ଏକାଧିକ ପୁସ୍ତକ ପ୍ରକାଶିତ ହୋଇଛି। ଏହାଛଡ଼ା ପ୍ରତ୍ୟେକ ବର୍ଷ ମୁଁ ଇତିହାସ କଂଗ୍ରେସରେ ଯୋଗ ଦେଇଥାଏ। ଦକ୍ଷିଣଭାରତ ଇତିହାସ କଂଗ୍ରେସ, ଭାରତୀୟ ଇତିହାସ କଂଗ୍ରେସ, ଭାରତୀୟ ଇତିହାସ ସଂକଳନ ସମିତି, ସର୍ବଭାରତୀୟ ଯୁବ ଐତିହାସିକ ସମ୍ମିଳନୀ, ବହୁ ଜାତୀୟ ଇତିହାସ ଆଲୋଚନାରେ ଯୋଗଦେଇଛି। ’

ଜନ୍ମେଜୟଙ୍କୁ ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ଏକାମ୍ର ସମ୍ମାନ, ଶିକ୍ଷକଶ୍ରୀ ସମ୍ମାନ, ତତ୍ତ୍ୱଦର୍ଶୀ ପ୍ରାବନ୍ଧିକ ସମ୍ମାନ, ସଂସ୍କୃତିପ୍ରାଣ ସମ୍ମାନ, ନୀଳାଦ୍ରି ଟ୍ରଷ୍ଟ ସଂସ୍ଥାନ, ଦାସ ଫାଉଣ୍ଡେଶନ ଆମେରିକା ଆଦି ବିଭିନ୍ନ ଅନୁଷ୍ଠାନରୁ ଏକାଧିକ ପୁରସ୍କାର ଓ ସମ୍ମାନ ମିଳିଛି। ଏହାସହ ସେ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀ, ଶ୍ରୀଲୀଳାକ୍ଷେତ୍ର ବିକାଶ ପରିଷଦ, ପୁରୀ ଆଦି ସହ ଜଡ଼ିତ। ଶ୍ରୀଲୀଳାକ୍ଷେତ୍ର ସମାଚାର ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟଭାର ସମ୍ଭାଳୁଛନ୍ତି। ସେ କୁହନ୍ତି,‘ଜଗନ୍ନାଥଙ୍କ ଦର୍ଶନ ପାଇଁ ମୋ ମନ ସଦା ବ୍ୟାକୁଳ ଥାଏ। ତେଣୁ ବହୁଥର ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପ୍ରତିବର୍ଷ ପୁରୀ ଯାଇଥାଏ। ମାତ୍ର ଗୋଟିଏ ବର୍ଷ ଗୁଣ୍ଡିଚାକୁ ଯାଇ ନ ପାରି ଘରେ ଟିଭିରେ ଦେଖୁଥାଏ। ସନ୍ଧ୍ୟା ପରେ ସିଧା ପ୍ରସାରଣ ବନ୍ଦ ହୋଇଗଲା । ମୋତେ ନିଦ ଆସିଯାଇଥାଏ, ସ୍ବପ୍ନରେ ଦେଖୁଛି ମୁଁ ରଥଦଉଡ଼ି ଭିଡ଼ିବା ସହିତ ପାଖରେ ପତ୍ନୀଙ୍କୁ ମଧ୍ୟ ଡାକୁଥାଏ। ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ସୁଯୋଗ ପାଇ ୨୦୦୫ରେ ଗଜପତି ଦିବ୍ୟସିଂହ ଦେବଙ୍କ ସହିତ ସାକ୍ଷାତ୍‌କାର ନେଇଥିଲି, ଯାହା ଉତ୍କଳ ପ୍ରସଙ୍ଗରେ ପ୍ରକାଶିତ ହୋଇଥିଲା। ତାହା ମୋ ପାଇଁ ଏକ ବହୁତ ଖୁସିର କଥା ଥିଲା। ତେବେ ପତ୍ନୀଙ୍କ ଅକାଳ ବିୟୋଗ ଏବଂ ଏକମାତ୍ର ସନ୍ତାନ ଦିବ୍ୟାଙ୍ଗ ହୋଇଥିବାରୁ ଯେବେ ବି ମନକଷ୍ଟ ଲାଗେ ମହାପ୍ରଭୁଙ୍କୁ ସ୍ମରଣ କରିଛି । ଆଉ ମୋ ମନକୁ ଶାନ୍ତି ମିଳିଛି। କହିବାକୁଗଲେ ପ୍ରଭୁ କୃପା ପାଇଁ ମୁଁ ବଞ୍ଚିଛି।

 

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମକୁ ନିୟନ୍ତ୍ରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ: ପରଞ୍ଜୟ

ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍ତ୍ତା ନିଜ ସାଢ଼େ ୪ ଦଶନ୍ଧିର କ୍ୟାରିୟର ଭିତରେ ଅନେକ ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି। ଓ୍ବେବ୍‌ସାଇଟ୍‌ଠୁ...

ଅଭିବ୍ୟକ୍ତି ସ୍ବାଧୀନତାକୁ ସଂକୁଚିତ କରୁଛି ଆଇନ: ଅନନ୍ତ ନାଥ

ସାମ୍ବାଦିକତା ଜଗତରେ ଜଣାଶୁଣା ବ୍ୟକ୍ତିତ୍ୱ ଅନନ୍ତ ନାଥ ୨୦୧୦ରେ ‘ଦି କାରାଭାନ’ ପତ୍ରିକା ପୁନଃ ଆରମ୍ଭ କରିଥିଲେ। ତାଙ୍କ ସମ୍ପାଦନାରେ ବାସ୍ତବ କାହାଣୀଗୁଡ଼ିକର ବ୍ୟାଖ୍ୟାନ ଏହି...

ଟ୍ରେନ୍‌ରେ ମିଳୁଥିବା କମ୍ବଳ-ଚାଦର କେତେ ଥର ଧୂଆ ଯାଇଥାଏ? ରେଲଓ୍ବେ କଲା ଚମକାଇବା ଭଳି ଖୁଲାସା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ। ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ଯଦି ଆପଣ...

ମୋଦି ଲଡୁ ନାମରେ ପ୍ରସିଦ୍ଧ ଏହି ମିଠା, ଏହାର ଓଜନ ଆଉ ମୂଲ୍ୟ ଜାଣିଲେ…

ଭାଗଲପୁର,୨୫।୧୦: ଆପଣ କେବେ ମୋଦି ଲଡୁ ଖାଇଛନ୍ତି କି? ଆପଣ ଜାଣନ୍ତି କି ମୋଦି ଲଡୁ କେଉଁଠାରେ ଉପଲବ୍ଧ? ଆପଣ ଏହାର ମୂଲ୍ୟ ଜାଣିଛନ୍ତି କି?...

Maternity Leave ସମୟରେ ପୁଣି ଗର୍ଭବତୀ ହେଲେ ମହିଳା, ଚାକିରିରୁ ବିଦା କରିବା ପଡିଲା ମହଙ୍ଗା!

ଲଣ୍ଡନ,୨୩।୧୦: ବ୍ରିଟେନର ଜଣେ ମହିଳା ମାତୃତ୍ୱ ଛୁଟିରୁ ଫେରିବା ପରେ ପୁଣିଥରେ ଗର୍ଭବତୀ ଥିବା ଜଣାପଡିଥିଲା। ଏହାପରେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା, କିନ୍ତୁ ତାଙ୍କୁ...

୫ ହଜାର ଫୁଟ ଉଚ୍ଚରେ ରହସ୍ୟମୟ ଗୁମ୍ଫା

ବେଜିଂ: ବିଶ୍ୱରେ ଏପରି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ଯାହାର କିଛି ନା କିଛି ରହସ୍ୟ ରହିଛି। ଏହି ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଭ୍ରମଣ...

ସ୍ତ୍ରୀଙ୍କୁ କାର୍‌ରେ ଦେଶ ବୁଲାଉଛନ୍ତି

ନୋଏଡା: ଉତ୍ତର ପ୍ରଦେଶର ନୋଏଡାରେ ରହୁଥିବା ଅବସରପ୍ରାପ୍ତ ଅଜୟ ତୋମାର (୬୨) ଓ ତାଙ୍କ ସ୍ତ୍ରୀ ସୁନୀତା ତୋମାର(୫୮) ସେମାନଙ୍କ କାର୍‌ରେ ସାରା ଭାରତ ଭ୍ରମଣ...

ସମୁଦ୍ରରେ ବିବାହ

ରିୟାଧ: ବିବାହକୁ ଅନନ୍ୟ ଓ ସ୍ମରଣୀୟ କରିବା ପାଇଁ ସମ୍ପ୍ରତି ଯୁବପିଢ଼ି ଅନେକ ପ୍ରକାରର ନୂତନ ଟ୍ରେଣ୍ଡ୍‌କୁ ଫଲୋ କରୁଛନ୍ତି। ନିକଟରେ ହାସନ୍‌ ଅବୁ ଅଲ୍‌-ଓଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri