ଭୋପାଳ,୨୬ ।୯: କରୋନା ମହାମାରୀକୁ ଦୂରେଇବା ପାଇଁ ଏବେ ସାରା ବିଶ୍ୱରେ ଚାଲିଛି ଟିକାକରଣ । ଭାରତ ଏହି ଦିଗରେ ଟିକେ ଆଗରେ ଥିବା ବେଳେ ଟିକାକରଣ ସମୟରେ ମଧ୍ୟପ୍ରଦେଶର ଧାର ଜିଲାରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ଆସିଛି । ଧାର ଜିଲାର ଦାହି ବ୍ଲକ ଅନ୍ତର୍ଗତ କିକରୱାସ ଗାଁରେ ଲୋକଙ୍କୁ ଟିକା ଦେବାକୁ ଏକ ସ୍ୱାସ୍ଥ୍ୟ ଟିମ୍ ପହଞ୍ଚିଥିଲେ । ଏଠାରେ ଜଣକ ପରେ ଜଣେ ଟିକା ନେଉଥିଲା ବେଳେ ଏମିତି ଜଣେ ବ୍ୟକ୍ତିଙ୍କ ପାଳି ପଡିଲା ଯିଏକି ଟିକା ଦେବାକୁ ଯାଇଥିବା ଅଧିକାରୀଙ୍କ ଝାଳ ବୁହାଇଦେଲେ । ଏହା ଏକ ଆଦିବାସୀ ବହୁଳ ଗାଁ ହାଇଥିବା ବେଳେ ଏଠାରେ ଜଣେ ବ୍ୟକ୍ତି ଟିକା ନେବା ସମୟରେ ଜଣେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତି ଚାହିଁଥିଲେ । ହେଲେ କିଛି ସମୟ ପରେ ସେ ତାଙ୍କର ରୂପ ବଦଳାଇ କହିଥିଲେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ନାରେ ସେ ଟିକା ନେବେ । ଯାହା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଇଁ ସମ୍ଭବ ନ ଥିଲା । ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Posted inକରୋନା ଭାଇରସ୍, ଜାତୀୟ