କଷ୍ଟ ବୁଝୁନାହାନ୍ତି କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ, ୩।୧୧ – ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀଟିକୁ ତୁରନ୍ତ ଓ୍ବାର୍ଡରେ ଭର୍ତ୍ତି କରିବାକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଥିଲା ଏକ ବ୍ୟାଟେରିଚାଳିତ ଗାଡ଼ି। କିନ୍ତୁ ଦୀର୍ଘଦିନ ହେବ ଉକ୍ତ ଗାଡ଼ି ଅଚଳ ଅବସ୍ଥାରେ ପଡ଼ିରହିଥିଲେ ହେଁ ତାହାର ମରାମତି କରାଯାଉ ନାହିଁ। ଫଳରେ କେତେବେଳେ ଭଙ୍ଗା ଷ୍ଟ୍ରେଚରରେ ରୋଗୀଙ୍କୁ ବୁହାଯାଉଛି ତ କେବେ ପୁଣି ଚାଲି ଚାଲି ଏ ବିଭାଗରୁ ସେ ବିଭାଗକୁ ଯିବାକୁ ପଡ଼ୁଛି ଗୁରୁତରଙ୍କୁ। ରୋଗୀଙ୍କ କଷ୍ଟ ହୃଦୟଙ୍ଗମ କରିପାରୁ ନ ଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ହଜାରେ ପାଖାପାଖି ରୋଗୀ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହୁଛି। ତେଣୁ ରୋଗୀଙ୍କ ସୁବିଧା ପାଇଁ ୨୦୧୮-୧୯ ମସିହାରେ ଏକ କମ୍ପାନୀ ପକ୍ଷରୁ ସିଏସ୍‌ଆର୍‌ ପାଣ୍ଠିରୁ ବ୍ୟାଟେରିଚାଳିତ ଗାଡ଼ି ଡାକ୍ତରଖାନାକୁ ପ୍ରଦାନ କରାଯାଇଥିଲା। ଏହି ଗାଡ଼ି ଆସିବା ପରେ ବିଭିନ୍ନ ବିଭାଗକୁ ରୋଗୀ ପରିବହନ ସହଜ ହୋଇଯାଇଥିଲା। ଷ୍ଟ୍ରେଚରରେ ବୁହାହେବାର କଷ୍ଟ ମଧ୍ୟ ରୋଗୀଙ୍କୁ ସହିବାକୁ ପଡ଼ୁ ନ ଥିଲା। ବିନା ମୂଲ୍ୟରେ ଓ ବିନା କଷ୍ଟରେ ତ୍ୱରିତ ସେବା ମିଳୁଥିବାରୁ ଏହାକୁ ସ୍ବାଗତ କରାଯାଇଥିଲା। କିନ୍ତୁ ପାଖାପାଖି ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଏହି ଗାଡ଼ି ଚଳାଇବା ପାଇଁ ମେଡିକାଲ ପକ୍ଷରୁ ଜଣେ ନିୟମିତ ଚାଳକଙ୍କୁ ନିଯୁକ୍ତି କରାଗଲା ନାହିଁ। ଦରକାର ବେଳେ ଆମ୍ବୁଲାନ୍ସ ଚାଳକମାନଙ୍କୁ ଡାକି କାମ ଚଳାଇ ନିଆଗଲା। ଏପରି କି ଆମ୍ବୁଲାନ୍ସ ଚାଳକ ନ ଥିବାବେଳେ କୌଣସି ଅନଭିଜ୍ଞ ସଫେଇ କର୍ମଚାରୀଙ୍କ ଦ୍ୱାରା ଏହି ଗାଡ଼ି ଚଳାଗଲା। ଫଳରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେବା ସହ ଧୀରେ ଧୀରେ ଏହା ଅଚଳ ହୋଇପଡ଼ିଲା। ଏ ନେଇ ପୂର୍ବତନ ସିଡିଏମ୍‌ଓଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେବା ପରେ ମରାମତି ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ପଦକ୍ଷେପ ନିଆ ନ ଯିବାରୁ ଗାଡ଼ି ଏଯାଏ ମରାମତି ହୋଇପାରି ନାହିଁ। କାଳେ ଏପରି ଅପାରଗତା ପଦାରେ ପଡ଼ିଯିବ ସେଥିପାଇଁ କର୍ତ୍ତୃପକ୍ଷ ଗାଡ଼ିଟିକୁ ସରକାରୀ ଆମ୍ବୁଲାନ୍ସ ରହୁଥିବା ସ୍ଥାନର ପଛ ପଟେ ରଖିଦେଇଥିବା ଅଭିଯୋଗ ହେଉଛି। ସେହିପରି ଡାକ୍ତରଖାନା ପରିସରରେ ବହୁ ଷ୍ଟ୍ରେଚର ଭଗ୍ନ ଅବସ୍ଥାରେ ପଡ଼ିଥିଲେ ମଧ୍ୟ ତାହାକୁ ସଜଡ଼ାଯାଉ ନ ଥିବାରୁ ଏକ ସମୟରେ ୫ରୁ ୬ ଜଣ ରୋଗୀ ପହଞ୍ଚତ୍ଲେ ଷ୍ଟ୍ରେଚର ମିଳୁନାହିଁ। ଘଟଣା ସମ୍ପର୍କରେ ଏଡିଏମ୍‌ଓ (ମେଡିକାଲ) ବିଶ୍ୱବିହାରୀ ମହାନ୍ତି କହିଛନ୍ତି, ଦାୟିତ୍ୱ ନେବା ପୂର୍ବରୁ ଉକ୍ତ ଗାଡ଼ି ଖରାପ ହୋଇ ପଡ଼ିରହିଛି। ବ୍ୟାଟେରି ନ ଥିବାରୁ ତାହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଏ ନେଇ କ’ଣ ହୋଇପାରିବ ତାହା ଦେଖିବା ବୋଲି ଏଡିଏମ୍‌ଓ ପ୍ରକାଶ କରିଛନ୍ତି।

ଅପାରଗତାର ଉଦାହରଣ
ରୋଗୀସେବା ପାଇଁ ଆସିଥିବା ଗାଡ଼ିଟିକୁ ଏପରି ପକାଇ ରଖି ନଷ୍ଟ କରାଯିବା ପ୍ରଶାସନର ଅପାରଗତା ବ୍ୟତୀତ ଅନ୍ୟ କିଛି ନୁହେଁ। କେବଳ ଏହି ଗାଡ଼ି ନୁହେଁ, ମେଡିକାଲକୁ ଆସିଥିବା ଲକ୍ଷ ଲକ୍ଷ ଟଙ୍କାର ଉପକରଣ ପଡ଼ି ରହିଥିଲେ ବି ରୋଗୀ ଉପକୃତ ହୋଇପାରୁ ନ ଥିବା ଅନେକ ସମୟରେ ଦେଖାଯାଇଛି।
-ରୂପାଦୀପ୍ତା ମହାପାତ୍ର, ଅନୁଗୋଳବାସୀ
ଆନ୍ତରିକତା ବାରିହୋଇ ପଡ଼ୁଛି
ଜିଲା ମୁଖ୍ୟ ଚିକିତ୍ସାଳୟରେ ସୁବିଧାରେ ରୋଗୀ ପରିବହନ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ତାହାର ସଦୁପଯୋଗ କରା ନ ଯିବା ଚିନ୍ତାର ବିଷୟ। ଏଥିରୁ ରୋଗୀସେବା ପ୍ରତି ମେଡିକାଲ କର୍ତ୍ତୃପକ୍ଷଙ୍କ କେତେ ଆନ୍ତରିକତା ଅଛି ତାହା ବାରିହେଉଛି। ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ।
-ହିମାଂଶୁ ଭୂଷଣ ପ୍ରଧାନ, ଅନୁଗୋଳବାସୀ
ଅଭିଯୋଗ କରିପାରୁନାହାନ୍ତି ରୋଗୀ
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ନାନା ଅବ୍ୟବସ୍ଥା ଲାଗିରହିଛି। ଡାକ୍ତର, କର୍ମଚାରୀଙ୍କ ପାଇଁ ଗ୍ଲୋବ୍ସ, ମାସ୍କର ଅଭାବ ପଡ଼ୁଥିବାବେଳେ ଅନେକ ସମୟରେ ଆସୁଥିବା ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯୋଗାଯୋଗ ପାଇଁ ଦିଆଯାଇଥିବା ନମ୍ବର ଲାଗୁ ନ ଥିବାରୁ ସେମାନେ ଅଭିଯୋଗ ମଧ୍ୟ କରିପାରୁ ନାହାନ୍ତି।
-ପ୍ରଦୀପ ଦେବତା, ଅନୁଗୋଳବାସୀ
ତୁରନ୍ତ ମରାମତି କରାଯିବ
ବ୍ୟାଟେରିଚାଳିତ ଗାଡ଼ିଟି ଅଚଳ ହୋଇ ପଡ଼ିରହିଥିବା କିଛିଦିନ ତଳେ ଦେଖିବାକୁ ପାଇଥିଲି। ତାହାକୁ ତୁରନ୍ତ ମରାମତି କରିବାକୁ ଅଧିକାରୀଙ୍କୁ କହିଛି। ନୂଆ ବ୍ୟାଟେରି ଲଗାଯାଇ ରୋଗୀ ପରିବହନ କରାଯିବ। ଆସନ୍ତା ସପ୍ତାହକ ମଧ୍ୟରେ ଏହା ମେଡିକାଲରେ ଗଡ଼ିବ।
-ଡାକ୍ତର ଅଭୟ କୁମାର ଦାସ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ନାବାଳାକିଙ୍କୁ ବଳାତ୍କାର ମାମଲା: ଟିଉସନ ସାର୍‌ଙ୍କୁ ୨୦ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,୧୪ା୩(ସତ୍ୟଜିତ୍‌ ରାଉତ): ଖୋର୍ଦ୍ଧା ଜିଲା ମଡେଲ ଥାନା ଅନ୍ତର୍ଗତ ଏକ ଗାଁର ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ୪ବର୍ଷ ପରେ ଭୁବନେଶ୍ୱରସ୍ଥିତ ୪ର୍ଥ ଅତିରିକ୍ତ ଜିଲା...

କଳିଙ୍ଗା ଘାଟିରେ ଓଲୋଟିଲା ଖମ୍ବେଶ୍ୱରୀ ବସ୍, ୧୦ ଆହତ

ଭଞ୍ଜନଗର,୧୪ା୩(ବାବୁଲା ପ୍ରଧାନ/ଚିନ୍ମୟ କୁମାର ସେଠୀ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଶୁକ୍ରବାର ପ୍ରତ୍ୟୁଷରେ ଖମ୍ବେଶ୍ୱରୀ ବସ୍ ଓଲୋଟି ପଡିଛି। ଏଥିରେ ୧୦...

ଘରୋଇ ସ୍କୁଲ୍‌ରେ ମାଗଣାରେ ପାଠପଢ଼ିବେ ଗରିବ ପିଲା: ୧୮ରେ ଖୋଲିବ ପାରଦର୍ଶୀ ପୋର୍ଟାଲ

ଭୁବନେଶ୍ୱର,୧୪ା୩(ସୁଚିସ୍ମିତା ସାହୁ): ଘରୋଇ ସ୍କୁଲ୍‌ରେ ଗରିବ ପିଲାମାନେ ମାଗଣାରେ ପାଠପଢ଼ିବାକୁ ୨୫% ସିଟ୍‌ ସଂରକ୍ଷିତ ରହିଛି। ସରକାରଙ୍କ ଏହି ବ୍ୟବସ୍ଥାରେ ପାଠପଢ଼ିବା ଲାଗି ଆବେଦନ କରିବାକୁ...

ରାଜ୍ୟରେ ଅଣାୟତ୍ତ ଜଙ୍ଗଲ ନିଆଁ: ଦିନକରେ ୧୨୮୨ ସ୍ଥାନରେ ବନାଗ୍ନି

ଭୁବନେଶ୍ୱର, ୧୪ା୩ (ବନ୍ଦନା ସେଠୀ): ବନାଗ୍ନିକୁ ନେଇ ଏବେ ଚିନ୍ତା ବଢ଼ିଛି। ଖରାଦିନ ଆରମ୍ଭରୁ ଏବେ ଓଡ଼ିଶାର ଅଧା ଜଙ୍ଗଲ ଜଳୁଛି। ଚଳିତବର୍ଷ ଜାନୁଆରୀ ୧ରୁ...

IRB Constable Sepoy ନିଯୁକ୍ତି ମାମଲା: ନିଯୁକ୍ତିରେ ହାଇକୋର୍ଟଙ୍କ ରୋକ୍‌

କଟକ,୧୪ା୩(କାର୍ତ୍ତିକ ସାହୁ): ଇଣ୍ଡିଆନ ରିଜର୍ଭ ବାଟାଲିଅନ୍‌ (ଆଇଆର୍‌ବି) କନ୍‌ଷ୍ଟେବଲ୍‌ ସିପାହି ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟ ଗୁରୁବାର ରୋକ ଲଗାଇଛନ୍ତି। ଆସନ୍ତା ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା...

୧୭ରେ କୃଷକ ମହାପଞ୍ଚାୟତ

ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୭ତାରିଖରେ ବରଗଡ ଜିଲା ସୟାଁ ଖେଳ ପଡ଼ିଆରେ କୃଷକ ମହାପଞ୍ଚାୟତ ହେବ। ଏଥିପାଇଁ ଜିଲାର ସମସ୍ତ ଗାଁ ଗାଁରେ ଜୋରଦାର ପ୍ରସ୍ତୁତି...

ମଧ୍ୟାହ୍ନଭୋଜନ ନ ମିଳିବାରୁ ରାଜରାସ୍ତାକୁ ଓହ୍ଲାଇଥିଲେ ଛାତ୍ରୀଛାତ୍ର: ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ପୁୁରୁଷୋତ୍ତମପୁୁର,୧୪।୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କୁୁମାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗତ ୫ ତାରିଖରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ମିଳି ନ ଥିବା...

ଘରେ ପଶି ନାବାଳିକାଙ୍କୁ ବଳାତ୍କାର

ବୁଗୁଡା,୧୩ା୩(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ବାଲିପଦର ଫାଣ୍ଡି ଅଧିକାରୀ କେ. ନିଳାଦ୍ରୀ ରେଡ୍ଡୀ ଜଣେ ଯୁବକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image