କେନ୍ଦୁଝର,୨୨।୫(ସ୍ବ.ପ୍ର.): ରାଇସୁଆଁ ସରପଞ୍ଚ ଅନନ୍ତ କୁମାର ଦେହୁରୀଙ୍କ ନେତୃତ୍ୱରେ ସୋମବାର ଗ୍ରାମବାସୀମାନେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଗ୍ରାମ ରୋଜଗାର ସେବକଙ୍କ ବଦଳି ଦାବି କରିଛନ୍ତି। ଏନେଇ ଗ୍ରାମବାସୀ ସଦର ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଲୋକଙ୍କ ସେବା ଓ ଉନ୍ନୟନ ମୂଳକ କାମରେ ଏହି ଦୁଇ ଅଧିକାରୀ ସହଯୋଗ କରୁନାହାନ୍ତି ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି। ଫଳରେ କୌଣସି ଜନ କଲ୍ୟାଣ କାମ ହୋଇପାରୁନାହିଁ। ଏଣୁ ଲୋକଙ୍କ ଅସନ୍ତୋଷ ବଢୁଛି। ଆଗକୁ ଚାଷ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ତୁରନ୍ତ ସେମାନଙ୍କୁ ବଦଳି କରା ନ ଗଲେ କାମ ବ୍ୟାହତ ହେବ ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି।