ପେଜର ଆକ୍ରମଣ ପାଇଁ ଅନୁମତି ଦେଇଥିଲି: ନେତାନ୍ୟାହୁ

ଜେରୁଜେଲମ୍‌,୧୧ା୧୧: ଲେବାନନ୍‌ରେ ପେଜର ଆକ୍ରମଣ ପାଇଁ ଅନୁମତି ଦେଇଥିଲେ ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କ୍ୟାବିନେଟ୍‌ ବୈଠକରେ ସ୍ବୀକାର କରିଛନ୍ତି। ଗତ ସେପ୍ଟେମ୍ବର ୧୭ ଓ ୧୮ରେ ଅନେକ ହଜାର ପେଜର ଏବଂ ଓ୍ବାକିଟକି ବିସ୍ଫୋରଣ କରାଯାଇଥିଲା। ଏହି ଆକ୍ରମଣରେ ୪୦ ଜଣ ହେଜବୋଲ୍ଲା ସଦସ୍ୟଙ୍କ ମୃତ୍ୟୁ ଘଟିବା ସହ ୩,୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ହେଜ୍‌ବୋଲ୍ଲା ସଦସ୍ୟମାନେ ବ୍ୟବହାର କରୁଥିବା ଏହି ପେଜରଗୁଡ଼ିକରେ ଜିପିଏସ୍‌ କ୍ଷମତା, ମାଇକ୍ରୋଫୋନ୍‌ କି କ୍ୟାମେରା ନ ଥିଲା। ହେଜ୍‌ବୋଲ୍ଲା ନେତା ହାସନ ନସ୍‌ରଲ୍ଲାଙ୍କୁ ମଧ୍ୟ ଇସ୍ରାଏଲ୍‌ ହତ୍ୟା କରିଥିବା ନେତାନ୍ୟାହୁ ରବିବାର ସ୍ପଷ୍ଟ କରିଛନ୍ତି। ତାଙ୍କ ନିର୍ଦ୍ଦେଶକ୍ରମେ ଇସ୍ରାଏଲୀ ସେନା ବେରୁଟ୍‌ରେ ଆକ୍ରମଣ କରିବାରୁ ନସ୍‌ରଲ୍ଲା ନିହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ବର୍ଷର ପୁଅ ଆଗରେ ଚାଲିଗଲା ମା’ ବାପାଙ୍କ ଜୀବନ

ଯାଜପୁର,୫।୪: ୪ ବର୍ଷର ପୁଅ ଆଗରେ ଚାଲିଗଲା ମା’ ବାପାଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ପାଣିକୋଇଲି ଥାନା ପୁରୁଣା ଟୋଲଗେଟ୍‌...

ସାମ୍ବାଦିକତା କ୍ଷେତ୍ରରେ ୫୦ବର୍ଷ ପୂରଣ ପାଇଁ ଧରିତ୍ରୀକୁ ପ୍ରଶଂସା: କେଭି ସିଂଦେଓ

ଭୁବନେଶ୍ୱର,୫।୪: ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ମିଳିତ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ବିଜନେସ ଏମିନେନ୍ସ ଆଓ୍ବାର୍ଡସ ୨୦୨୫ ଆରମ୍ଭ ହୋଇଛି। ଉକ୍ତ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ...

ଭଞ୍ଜନଗର ବାର ଆସୋସିଏସନ ନବନିର୍ବାଚିତ କର୍ମକର୍ତ୍ତା ନେଲେ ଶପଥ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏନେଇ କୋର୍ଟ ଲାଇବ୍ରେରୀ ହଲରେ ଶପଥ...

ଭୋ ଭୋ ହୋଇ କାନ୍ଦିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୫।୪: ଲକ୍ଷ୍ନୌ ସୁପରଜାଏଣ୍ଟସ ହାତରେ ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ସିଜିନର ତୃତୀୟ ପରାଜୟରେ ନିରାଶ ହୋଇଥିବା ପାଣ୍ଡ୍ୟା...

କାର୍ଯ୍ୟକଳାପରେ ଅସନ୍ତୋଷ: ପଡ଼ିଆ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା

ମାଲକାନଗିରି,୫।୪ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡିଆ ବ୍ଲକରେ ଦୀର୍ଘ ଦିନ ଧରି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ସମିତି ସଭ୍ୟଙ୍କ ବିକ୍ଷୋଭ ଚାଲିଥିବା ବେଳେ ଶୁକ୍ରବାର...

ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସ୍ଥଗିତ

ମହାକାଳପଡ଼ା, ୫ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ମନମୁଖି କାର୍ଯ୍ୟ ବିରୋଧରେ ଶାସକ ଦଳର ୪୧ ପଞ୍ଚାୟତ ପ୍ରତିନିଧିମାନେ...

ଆରମ୍ଭ ହେଲା ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡ୍‌ସ-୨୦୨୫: ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ

ଭୁବନେଶ୍ୱର,୫ା୪: ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ମିଳିତ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡସ ୨୦୨୫ ଆରମ୍ଭ ହୋଇଛି। ଉକ୍ତ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ...

ରାମନବମୀରେ ଉଦ୍‌ଘାଟନ ହେବ ନୂଆ ପାମ୍ବନ ରେଳ ସେତୁ: ମୋଦି କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ,୫।୪: ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ ଗସ୍ତ କରି ରାମେଶ୍ୱରମକୁ ମୁଖ୍ୟ ଭୂମି ସହିତ ସଂଯୋଗ କରୁଥିବା ନୂତନ ପାମ୍ବନ ରେଳ ସେତୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image