ଭାରସାମ୍ୟ ହରାଇ ଓଲଟିଲା ଅଟୋ: ଜଣେ ମୃତ, ୫ ଆହତ

କୋରୁକୋଣ୍ଡା ୧୩।୦୬(ଡି.ଏନ.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଡ଼ାଇକ ୩ ଘାଟି ନିକଟରେ ଭାରସାମ୍ୟ ହରାଇ ଓଲଟିଛି ଅଟୋ। ଘଟଣାରେ ଚାଳକର ମୃତ୍ୟୁ ହୋଇଥିବାବେଳେ ୫ଜଣ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ଖଇରପୁଟ ବ୍ଲକ ଅନ୍ତର୍ଗତ ରସବେଡା ପଞ୍ଚାୟତ ଅଧିନସ୍ତ ସିଡିପାକା ଗ୍ରାମର ଗଡିପୁଟ କଲାନିକୁ କୌଣସି କାମରେ ଯାଇଥିବା ୫ଜଣ ବ୍ୟକ୍ତି ଅଟୋ ନମ୍ବର ଓଡି-୩୦-୦୦୪୧ରେ ଫେରୁଥିଲେ। କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଡ଼ାଇକ ୩ ଗ୍ରାମକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଅଟୋ ଓଲଟି ପଡିଥିଲା। ତେବେ ଏଥିରେ ଚାଳକର ମୃତ୍ୟୁ ହୋଇଥିବାବେଳେ ୫ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ମୃତ ଚାଳକ ଜଣକ ହେଲେ ଏମ ଭି ୩୭ ଗ୍ରାମର ଆଶିଷ ଚକ୍ରବର୍ତ୍ତୀ (୩୫)।
ସୂଚନା ପାଇ ଓର୍କେଲ ପୋଲିସ ଦୁର୍ଘଟଣା ସ୍ଥାନରେ ପହଁଞ୍ଚିି ଆହତଙ୍କୁ ବାଲିମେଳା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ସୂଚନା ମିଳିଛି।