ଅଟୋ ଓ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର

ସବ୍‌ଡେଗା,୧୪ା୭ (ଅନନ୍ତ ପଟେଲ): ସୁନ୍ଦରଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ବିର୍ତ୍ତୁଲା ଯୋଗୀଯୋଗିଆଣୀ ବୁଲାଣିଠାରେ ଶୁକ୍ରବାର ସକାଳେ ଏକ ଡାଲା ଅଟୋ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ିଚାଳକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଉଭୟଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତିକରିଥିଲେ। ତେବେ ଖବର ଲେଖାହେଲା ପର୍ଯ୍ୟନ୍ତ ସେମାନଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ଡାଲା ଅଟୋଟି କରମଡିହି ଗ୍ରାମର ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଅଟୋ କରମଡ଼ିହିରୁ ସବ୍‌ଡେଗା ଯାଉଥିବା ବେଳେ ଯୋଗୀଯୋଗିଆଣୀ ବୁଲାଣିଠାରେ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ି ଚାଳକ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଦୁର୍ଘଟଣାରେ ୨ ଗାଡ଼ି ଚୂର୍‌ମାର ହୋଇଯାଇଛି।

Share