ଅଟୋ-ବାଇକ୍‌ ମୁହାଁମୁହିଁ: ୨ ଗୁରୁତର

ସବଡେଗା,୧୪ା୭(ଅନନ୍ତ ପଟେଲ): ସୁନ୍ଦରଗଡ଼ ଜିଲା ସଦରଥାନା ଅନ୍ତର୍ଗତ କରମଡ଼ିହିରୁ ସବଡେଗା ଯାଉଥିବା ରାଜ୍ୟ ରାଜପଥ ବିର୍ତ୍ତୁଲା ଯୋଗୀ ଯୋଗୀଆଣୀ ବୁଲାଣିଠାରେ ଏକ ଅଟୋ ସହ ବାଇକ୍‌ ଶୁକ୍ରବାର ମୁହାଁମୁହିଁ ଧକ୍କା ହୋଇଛି। ଅଟୋ ଗାଡ଼ି ନମ୍ବର ଓଡି ୧୬ କେ ୦୫୬୩ ଓ ବାଇକ୍‌ ନମ୍ବର ସିଜି ୧୪ ଏମ୍‌ଡି ୦୭୧୦ ଉଭୟ ଗାଡ଼ିଚାଳକ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଗାଡ଼ି ଦୁଇଟି ଭାଙ୍ଗି ଚୂରମାର ହୋଇଯାଇଛି। ସ୍ଥାନୀୟ ଲୋକେ ଦେଖି ଉଭୟ ଚାଳକଙ୍କୁ ଉଦ୍ଧାର ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଛନ୍ତି। ଉଭୟଙ୍କ ଅବସ୍ଥା ଗୁରୁତର ଥିବା ବେଳେ ପରିଚୟ ଜଣାପଡ଼ିନାହିଁ।