ଯାତ୍ରୀଙ୍କୁ ଧରି ଯାଉଥିବା ଅଟୋ ଓଲଟିଲା

ଦିଗପହଣ୍ଡି,୭।୧୦(ସଞ୍ଜୀବ କୁମାର ପାତ୍ର): (୦୩) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ କଲ୍ୟାଣପୁର ଛକଠାରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୩ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ କେ.ନୂଆଗାଁ ଥାନା ଅଧୀନ ଭ୍ରମରପୁର ଗ୍ରାମର ରବି ମିଶ୍ର, ଏନ୍‌.ଲିଙ୍ଗରାଜ ଏବଂ ଏନ୍‌.ଲକ୍ଷ୍ମଣ ବୋଲି ଜଣାପଡିଛି।

ଯାତ୍ରୀମାନେ ଅଟୋ ଯୋଗେ ଭ୍ରମରପୁର ଗ୍ରାମରୁ ଦିଗପହଣ୍ଡି ବ୍ଳକ୍‌ କୁରେଇଶୁଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଭାଜପାର ଏକ ସଭାରେ ଯୋଗ ଦେବା ପାଇଁ ଆସୁଥିଲେ। ହେଲେ କଲ୍ୟାଣପୁର ଛକଠାରେ ଏକ ବାଇକ୍‌ ଅଟୋ ଆଗକୁ ଚାଳିଆସିଥିଲା। ବାଇକ୍‌ ଆରୋହୀଙ୍କୁ ସୁରକ୍ଷା ଦେବାକୁ ଯାଇ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୩ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଭାଜପା ନେତା ଉତ୍ତମ ପାଣିଗ୍ରାହୀ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ପହଞ୍ଚି ଚିକିତ୍ସାରେ ସହଯୋଗ କରିଥିଲେ।