Categories: ଫୁରସତ

ଅଟୋ ଚଳାଇବାବେଳେ ମହମ୍ମଦ ରଫିଙ୍କ ଗୀତ ଗାଇଲେ ଡ୍ରାଇଭର, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨।୧୨: କିଏ ପ୍ୟାଶନ ଭାବେ ଗୀତ ବୋଲିଥାଏ ତ କାହାକୁ ଖୁସି ଲାଗିଲେ ଗୀତ ବୋଲିଥାଏ। ହେଲେ ନିକଟରେ ଏକ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଠି ଜଣେ ଅଟୋ ଡ୍ରାଇଭର ଅଟୋ ଚଳାଇବାବେଳେ ଗୀତ ବୋଲୁଛନ୍ତି। ସେ ବି ଖାଲରେ ନୁହେଁ ମାଇକ୍‌ ସାହାର୍ଯ୍ୟରେ। ଗୋଟିଏ ପଟେ ଗାଡି ଚଳାଉଥିବାବେଳେ ଅନ୍ୟ ହାତରେ ମାଇକ୍‌ ଧରିଛନ୍ତି। ଭାଇରାଲ ଭିଡିଓ ଦେଖିଲେ ଆପଣ ମଧ୍ୟ ଝୁମି ଉଠିବେ। ଏଥିସହ ଅଟୋବାଲାଙ୍କୁ ପ୍ରଶଂସା କରିବାକୁ ମଧ୍ୟ ଥକିବେ ନାହିଁ।

ଆପଣଙ୍କୁ କହି ରଖୁଛୁ କି, ଅଟୋ ଡ୍ରାଇଭର ଜଣକ ଭିଡ ରାସ୍ତାରେ ଗୀତ ବୋଲି ରାସ୍ତାରେ ଯାଉଥିବା ପଥଚାରୀ ହେଉ କି ଯାତ୍ରୀଙ୍କର ନଜର ତାଙ୍କ ପାଖକୁ ଟାଣି ଆଣିଛନ୍ତି। ଅଟୋଟିକୁ କନସର୍ଟ ଭାବେ ସଜାଇବା ସହ ବିଭିନ୍ନ ପ୍ରକାର ଲାଲ୍‌, ସବୁଜ ରଙ୍ଗରେ ସଜାଇଛନ୍ତି। ଖାସ୍‌ କରି ଅଟୋ ପଛରେ ଲେଖାଯାଇଥିବା ଧାଡି ପଥଚାରୀଙ୍କୁ ଖୁବ୍‌ ମୁଗ୍ଧ କରିଛି। ବେଶୀ ମୁଗ୍ଧ କରିଛି ତାଙ୍କର ମହମ୍ମର ରଫିଙ୍କ ଗୀତ।
ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଅଟୋ ଚାଳକଙ୍କୁ ବହୁ ୟୁଜର୍ସ କମେଣ୍ଟରେ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

Share