ବାଇକ୍‌ ଧକ୍କାରେ ଚାଲିଗଲା ଅଟୋ ଚାଳକଙ୍କ ଜୀବନ

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଦିଗପହଣ୍ଡି ମୁଖ୍ୟ ରାସ୍ତା ଆମ୍ବଗଡ଼ ଛକ ନିକଟରେ ଶୁକ୍ରବାର ବାଇକ୍‌ ଧକ୍କାରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ବଜାରର ଅଞ୍ଚଳର ସୀମାଞ୍ଚଳ ଦଳାଇ(୨୮)। ବାଇକ୍‌ ଆରୋହୀ ୨କଲେଜ ଛାତ୍ରୀଛାତ୍ର ଗୁରୁତର ଆହତ ହୋଇଛନ୍ତି।

ଖବରପାଇ ସଦର ଥାନା ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି। ସୀମାଞ୍ଚଳଙ୍କ ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ୨ଟିକୁ ଜବତ କରି ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ମୁତାବକ, ଅପରାହ୍ନରେ ସୀମାଞ୍ଚଳ ପାଣି ବୋଝେଇ ଅଟୋ ଧରି ବ୍ରହ୍ମପୁର ଆଡ଼କୁ ଆସୁଥିଲେ। ଆମ୍ବଗଡ ଛକଠାରେ ପଛପଟୁ ଆସୁଥିବା ବାଇକ୍‌ ଭାରସାମ୍ୟ ହରାଇ ଅଟୋକୁ ଧକ୍କା ଦେଇଥିଲା। ଫଳରେ ସୀମାଞ୍ଚଳ ଅଟୋରୁ ଛିଟିକି ବାହାରେ ପଡିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।