ପୁରୁଷୋତ୍ତମପୁର,୧୨।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଝରଣ ଛକ ନିକଟରେ ବୁଧବାର ରାତିରେ ଏକ ଟ୍ରକ ସହ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଅଟୋଟି ରାସ୍ତାପାର୍ଶକୁ ଓଲଟି ପଡିଥିବା ବେଳେ ସେଥିରେ ଥିବା ବଳରାମପୁର ଗ୍ରାମର ଧନୁଗୌଡ( ୫୫) ଦିବାକର ଗୌଡ (୬୦),ଶୁକଦେବ ଗୌଡ (୨୨) ରାଜେନ୍ଦ୍ର ଗୌଡ( ୨୫) ଲୋଚନ ଗୌଡ (୫୫) ଓ ପ୍ରକାଶ ଗୌଡ( ୬୦) ପ୍ରମୁଖ ଗୁରୁତର ହୋଇଛନ୍ତି। ଏନେଇ ଖବରପାଇ ପୁରୁଷୋତ୍ତମପୁର ଦମକଳବାହିନୀ ଘଟଣା ସ୍ଥଳକୁ ଯାଇ ସମସ୍ତ ଆହତଙ୍କୁ ଉଦ୍ଧାରକରି ଚିକିତ୍ସା ନିମନ୍ତେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେମାନଙ୍କ ଧନୁ,ଦିବାକର ଓ ଲୋଚନଙ୍କ ଅବସ୍ଥା ଗୁରୁତର ଥିବାହେତୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରିବାଲାଗି ଡାକ୍ତର ପରାମର୍ଶ ଦେଇଛନ୍ତି। ଦୁର୍ଘଟଣା ଘଟାଇ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ବେଳେ ପୁରୁଷୋତ୍ତମପୁର ପୋଲିସ ଟ୍ରକର ପିଛାକରି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ମହୁରି ଗ୍ରାମନିକଟରୁ କାବୁକରିଛନ୍ତି। ଆହାତ ସମସ୍ତ ସମ୍ପର୍କିୟ ହୋଇଥିବାବେଳେ ଭୋଜିଖାଇବା ଲାଗି ଆଛୁଲି ଗ୍ରାମକୁ ଆସୁଥିବାର ଜାଣିବାକୁ ମିଳିଛି।