ମାଟ୍ରିକ ପରୀକ୍ଷା ସାରି ଫେରିବା ବେଳେ ଓଲଟିଲା ଅଟୋ

ବାଲେଶ୍ୱର ଅଫିସ, ୧୮।୩: ମାଟ୍ରିକ ପରୀକ୍ଷା ସାରି ଫେରିବା ବେଳେ ଦୁର୍ଘଟଣା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ପାଟଣା ଛକ ନିକଟରେ । ପରୀକ୍ଷା ସାରି ପିଲାଙ୍କୁ ଧରି ଫେରୁଥିବା ଏକ ଅଟୋ ଦୁର୍ଘଟଣା ଘଟି ୫ ଛାତ୍ରୀଛାତ୍ର ସହ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି।
ରାସ୍ତା ପାର୍‌ ହୋଇଥିବା ଜଣେ ବୃଦ୍ଧାଙ୍କୁ ବଞ୍ଚାଇବାକୁ ଯାଇ ଏହିଦୁର୍ଘଟଣା ଘଟିଛି। ସମସ୍ତ ଆହତ ଛାତ୍ରୀଛାତ୍ର ଜଳେଶ୍ୱର ସରସ୍ବତୀ ଶିଶୁ ମନ୍ଦିରର ବୋଲି ଜଣାଯାଇଛି। ଶନିବାର ଛାତ୍ରୀଛାତ୍ରଙ୍କର ଇତିହାସ, ଭୂଗୋଳ ପରୀକ୍ଷା ଥିଲା। ପରୀକ୍ଷା ସରିବା ପରେ ୯ ଛାତ୍ରୀଛାତ୍ର ଓ ଜଣେ ଗୁରୁଜୀଙ୍କୁ ଧରି ଅଟୋଟି ଫେରୁଥିଲା। ମାତ୍ର ପାଟଣା ଛକ ନିକଟରେ ଜଣେ ବୃଦ୍ଧା ରାସ୍ତା ପାର୍‌ ହେଉଥିଲେ। ଉକ୍ତ ବୃଦ୍ଧାଙ୍କୁ ବଞ୍ଚାଇବାକୁ ଯାଇ ଡ୍ରାଇଭରଜଣକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଚର୍ଚ୍ଚରେ ଗାଡ଼ି ଧକ୍କା କରି ଦେଇଥିଲେ। ଫଳରେ ଅଟୋଟି ଓଲଟି ପଡ଼ିଥିଲା।