ଜୁଲାଇ ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱର ୧ ନମ୍ବର ହାଟ ବନ୍ଦ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଭୁବନେଶ୍ୱର ୧ ନମ୍ବର ହାଟକୁ ବନ୍ଦ କରାଯାଇଛି। ଶୁକ୍ରବାରଠାରୁ ଜୁଲାଇ ପହିଲା ପର୍ଯ୍ୟନ୍ତ ହାଟ ବନ୍ଦ କରାଯାଇଛି। ଉଭୟ ହୋଲ୍‌ସେଲ୍‌ ଓ ରିଟେଲ ବ୍ୟବସାୟୀଙ୍କ ପାଇଁ ହାଟ ବନ୍ଦ କରାଯାଇଛି । କରୋନା ସଂକ୍ରମଣ ବଢ଼ିବା ଆଶଙ୍କା କରି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଶନିବାର ଓ ରବିବାର ଶଟଡାଉନ ଥିବାରୁ ଶୁକ୍ରବାର ହାଟରେ ପ୍ରବଳ ଗହଳି ଲାଗିଥିଲା। ପ୍ରବଳ ଗହଳି ସହ ସାମାଜିକ ଦୂରତା, ମାସ୍କ ନ ପିନ୍ଧିବା ଭଳି କରୋନା ନିୟମାବଳୀର ଉଲ୍ଲଂଘନ ହେଉଥିବା ହାଟରେ ନଜରକୁ ଆସିଥିଲା । ପରେ ହାଟକୁ ବନ୍ଦ କରାଯାଇଛି।

Share