ଅଙ୍କିତ ମିଷ୍ଟର ସାଇନିଂ ଷ୍ଟାର ଟାଇଟଲ ବିଜୟୀ

ସୁନ୍ଦରଗଡ, ୨୯।୧୨ (ଡି.ଏନ.ଏ.): କଲିକତାଠାରେ ଅନୁଷ୍ଠିତ ମିଶନ ଡ୍ରିମ୍‌ସ ମିଷ୍ଟର ଇଣ୍ଡିଆ-୨୦୨୦ ଫାଇନାଲରେ ସୁନ୍ଦରଗଡର ଅଙ୍କିତ ପଟେଲ ଅଂଶଗ୍ରହଣ କରି ଓଡିଶା ତଥା ସୁନ୍ଦରଗଡ ପାଇଁ ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତାରେ ସେ ମିଷ୍ଟର ସାଇନିଂ ଷ୍ଟାର-୨୦୨୦ର ଟାଇଟଲ ବିଜୟୀ ହୋଇଛନ୍ତି। ଦେଶରୁ ୬ ହଜାର ପ୍ରତିଯୋଗୀଙ୍କ ମଧ୍ୟରୁ ୮୦ ଜଣ ଅନ୍ତିମ ରାଉଣ୍ଡରେ ଭାଗ ନେଇଥିଲେ। ଡିସେମ୍ବର ୧୬, ୧୭, ୧୮ ତାରିଖରେ ଏହି ଚୂଡାନ୍ତ ପ୍ରତିଯୋଗିତା ହୋଇଥିଲା। ଗତ ୧୮ ତାରିଖ ଫାଇନାଲ ରାଉଣ୍ଡରେ ୩୦ଜଣ ପ୍ରତିଯୋଗୀ ଥିଲେ। ଫାଇନାଲ ପ୍ରତିଯୋଗିତାରେ ଅଙ୍କିତ ଓଡିଶାର ଏକମାତ୍ର ପ୍ରତିଯୋଗୀ ଭାବେ ଯୋଗଦେଇ ମିଷ୍ଟର ସାଇନିଂ ଷ୍ଟାର-୨୦୨୦ ଟାଇଟଲ ହାସଲ କରିଥିଲେ। ଅଙ୍କିତ ସୁନ୍ଦରଗଡ ସହର ଡେଙ୍ଗିଭାଡିର ନମିତା ପଟେଲ ଓ ବିନୟ ପଟେଲଙ୍କ ଏକମାତ୍ର ପୁତ୍ର। ସେ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଫ୍ୟାଶନ୍‌ ଡିଜାଇନିଂର ପ୍ରଥମ ବର୍ଷ ଛାତ୍ର। ସେ ଏହି ସଫଳତାର ଶ୍ରେୟ ତାଙ୍କ ମାତାପିତା, ପରିବାରବର୍ଗ, ସାଙ୍ଗସାଥୀଙ୍କୁ ଦେଇଛନ୍ତି।