ଶୋଇଥିବା ବେଳେ ଲାଗିଲା ନଆଁ: ବଞ୍ଚିଗଲେ ବାପ-ଝିଅ, ଜିଅନ୍ତା ଜଳିଗଲେ ମା’

ବାଲେଶ୍ୱର ଅଫିସ,୨।୨: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଚାନ୍ଦମାରି ଅଞ୍ଚଳରେ ରବିବାର ରାତିରେ ଅଭାବନୀୟ ଘଟଣା ଘଟିଛି। ଖାଇପିଇ ଘରେ ଶୋଇଥିବା ବେଳେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପଦ୍ମାବତୀ ବାହାଦୁରଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଓ ସ୍ବାମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଏଯାବତ୍‌ ସ୍ପଷ୍ଟ ହୋଇ ନାହିଁ। ଗରମ ଲାଗିବାରୁ ବାପ, ଝିଅ ବାହାରକୁ ପଳାଇ ଆସିଥିଲେ ସୁଦ୍ଧା ପଦ୍ମାବତୀ ଆସିପାରି ନ ଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

Share