ଶ୍ରମିକଙ୍କ ଉପରେ ଖସିଲା ସିମେଣ୍ଟ ବସ୍ତା: ଚାପିହୋଇଗଲେ ୩୦ରୁ ଊର୍ଦ୍ଧ୍ୱ, ୪ ଗୁରୁତର

ବାଲେଶ୍ୱର ଅଫିସ,୧୩।୩: ବାଲେଶ୍ୱର ଜିଲା ରୁପ୍ସା ଥାନା ଅଞ୍ଚଳର ଏକ ସିମେଣ୍ଟ ଗୋଦାମରେ ବସ୍ତା ଖସି ୪ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକମାନେ ହେଉଛନ୍ତି ବସ୍ତା ଥାନା ଉଲଡ଼ା ଗ୍ରାମର ଗଙ୍ଗାଧର ଦଳେଇଙ୍କ ପୁଅ କାର୍ତ୍ତିକ(୩୨), ରୁପ୍ସା ଥାନା ତାହାରପୁର ଗ୍ରାମର ବ୍ରଜମୋହନ ସେନାପତିଙ୍କ ପୁଅ ରମେଶ(୨୭) ଓ କାର୍ତ୍ତିକ ଚନ୍ଦ୍ର ବାରିକ(୩୫), ଦୁର୍ଗାପୁର ଗ୍ରାମର ଗୁରୁ ସିଂ (୩୮)। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଶ୍ରମିକମାନେ କାମ କରୁଥିଲେ । ଏତିକିବେଳେ ଥାକମରା ହୋଇଥିବା ସିମେଣ୍ଟ ବସ୍ତା ଖସି ଚାପି ହୋଇ ଯାଇଥିଲେ । ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ ବସ୍ତା ତଳେ ରହି ଯାଇଥିଲେ । କୌଣସି ପ୍ରକାରେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ମାତ୍ର ସେମାନଙ୍କ ମଧ୍ୟରୁ ୪ ଜଣ ଶ୍ରମିକ ଗୁରୁତର ହୋଇ ପଡ଼ିଥିଲେ। ସେମାନଙ୍କୁ ରୁପ୍ସା ଡାକ୍ତରଖାନାରୁ ତୁରନ୍ତ ଜିଲା ମୁଖ୍ୟ ଚକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

Share