Posted inଜାତୀୟ

ନିର୍ବାଚନ ପୂର୍ବରୁ ସ୍ବାୟତ୍ତତା ଉଦ୍ୟମ: ଉଚ୍ଚସ୍ତରୀୟ କମିଟି ଗଢ଼ିଲେ ଷ୍ଟାଲିନ୍‌

ଚେନ୍ନାଇ,୧୬।୪:ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌. କରୁଣାନିଧି କେନ୍ଦ୍ର-ରାଜ୍ୟ ସମ୍ପର୍କର ଅନୁଧ୍ୟାନ ପାଇଁ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପୂର୍ବରୁ ପି.ଭି. ରାଜମାନ୍ନାର କମିଟି ଗଠନ କରିଥିଲେ। ଏବେ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ସ୍ବାୟତ୍ତତା ପାଇଁ ତାଙ୍କ ପୁଅ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ କମିଟି ଗଠନ ନେଇ ଘୋଷଣା କରିଛନ୍ତି।
ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି କୁରିଏନ୍‌ ଜୋସେଫ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ସମ୍ପର୍କକୁ ପ୍ରଭାବିତ କରୁଥିବା ସାମ୍ବିଧାନିକ ଏବଂ ଆଇନଗତ ବ୍ୟବସ୍ଥାଗୁଡ଼ିକର ଅଧ୍ୟୟନ କରିବ। କମିଟିରେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଅଶୋକ ବର୍ଦ୍ଧନ ସେଟ୍ଟୀ ଏବଂ ରାଜ୍ୟ ଯୋଜନା ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ପ୍ରଫେସର ଏମ୍‌. ନାଗନାଥନ୍‌ ସଦସ୍ୟ ରହିଛନ୍ତି। ରାଜ୍ୟ ତାଲିକାରୁ ସମବର୍ତ୍ତୀ ସୂଚୀକୁ ସ୍ଥାନାନ୍ତର ହୋଇଥିବା ବିଷୟଗୁଡ଼ିକୁ ଫେରାଇ ଆଣିବା ନିମନ୍ତେ ଉପାୟ ବତାଇବା ସହ ରାଜ୍ୟଗୁଡ଼ିକ କିପରି ଅଧିକ ସ୍ବାୟତ୍ତତା କ୍ଷମତା ସହିତ କାର୍ଯ୍ୟ କରିପାରିବେ, ସେନେଇ ସୁପାରିସ କରିବେ।
ରାଜ୍ୟଗୁଡ଼ିକର କ୍ଷମତା ବଢ଼ାଇବା ଉପରେ ଷ୍ଟାଲିନ୍‌ ଜୋର୍‌ ଦେଇଛନ୍ତି। କେନ୍ଦ୍ର ସରକାର କ୍ରମାଗତ ଭାବେ ରାଜ୍ୟର ଅଧିକାରକୁ ଛଡ଼ାଇନେବାରେ ଲାଗିଥିବା ସେ ଅଭିଯୋଗ କରିଛନ୍ତି। କରୁଣାନିଧିଙ୍କ ସରକାର ସମୟରେ ଐତିହାସିକ ରାଜ୍ୟ ସ୍ବାୟତ୍ତତା ସଂକଳ୍ପନାମା ବିଧାନସଭାରେ ଅଣାଯାଇଥିଲା। ରାଜ୍ୟ ବିଧାନସଭାର ରୁଲ୍‌-୧୧୦ ଅନୁଯାୟୀ ଷ୍ଟାଲିନ୍‌ ନୂଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ୨୦୨୬ ଜାନୁଆରୀ ସୁଦ୍ଧା କମିଟି ଅନ୍ତରୀଣ ରିପୋର୍ଟ ଦେବାକୁ ଥିବାବେଳେ ୨ ବର୍ଷରେ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବ। ଏହି ପଦକ୍ଷେପ କେବଳ ତାମିଲନାଡୁ ପାଇଁ ନୁହେଁ ବରଂ ବିବିଧତା ମଧ୍ୟରେ ଏକତା ସିଦ୍ଧାନ୍ତର ସୁରକ୍ଷା ନିମନ୍ତେ ସମସ୍ତ ରାଜ୍ୟ ପାଇଁ ଉଦ୍ଦିଷ୍ଟ ବୋଲି ଷ୍ଟାଲିନ୍‌ କହିଛନ୍ତି। ରାଜ୍ୟଗୁଡ଼ିକର ଅଧିକାର ଅବରୋଧ ହେଉଥିବାବେଳେ ସମ୍ବିଧାନର ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କରାଯାଇ ସହଯୋଗମୂଳକ ସଂଘବାଦ, ଆଇନ ଏବଂ ନୀତି ଆଧାରିତ କେନ୍ଦ୍ର-ରାଜ୍ୟ ସମ୍ପର୍କ ସୁଦୃଢ଼ ହେବା ଆବଶ୍ୟକ। ସମ୍ବିଧାନ ଦ୍ୱାରା ଉଭୟ କେନ୍ଦ୍ର ଓ ରାଜ୍ୟ ଗଢ଼ାଯାଇଥିବାରୁ ନିଜସ୍ବ କ୍ଷେତ୍ରରେ କେହି କାହାର ଅଧସ୍ତନ ନୁହନ୍ତି ବୋଲି ବି.ଆର୍‌. ଆମ୍ବେଡ୍‌କର ସ୍ପଷ୍ଟ ଭାବେ କହିଥିଲେ। ଏହା ସତ୍ତ୍ୱେ କେନ୍ଦ୍ର ସରକାର କ୍ରମାଗତ ଭାବେ ରାଜ୍ୟଗୁଡ଼ିକର ଅଧିକାରକୁ ଅକ୍ତିଆର କରିଚାଲିଛନ୍ତି, ଯାହା
ସାମ୍ବିଧାନିକ ସନ୍ତୁଳନରେ ବ୍ୟାଘାତ ସୃଷ୍ଟି କରୁଥିବା ଷ୍ଟାଲିନ୍‌ କହିଥିଲେ। ତେବେ ବିଧାନସଭାରେ ଷ୍ଟାଲିନ୍‌ ଉଚ୍ଚସ୍ତରୀୟ କମିଟି ଗଠନ ସମ୍ପର୍କରେ ଘୋଷଣା କଲାବେଳେ ବିରୋଧୀ ଦଳ ଏଆଇଏଡିଏମ୍‌କେ ଉପସ୍ଥିତ ନ ଥିଲା। ବିରୋଧୀ ଦଳ ଉଠାଇଥିବା ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବାଚସ୍ପତି ଏମ୍‌. ଆପ୍ପାଭୁ ଅନୁମତି ନ ଦେବାରୁ ଏଆଇଏଡିଏମ୍‌କେ କକ୍ଷତ୍ୟାଗ କରିଥିଲା। ରାଜ୍ୟ ପାଇଁ ନିରଙ୍କୁଶ ସ୍ବାୟତ୍ତତା ଦେଶ ପକ୍ଷରେ ଭଲ ହେବ ନାହିଁ, ଏଥିରେ ଭାଜପା ଏକମତ ନୁହେଁ ବୋଲି କହି ଗୃହର ନେତା ନୈନାର ନାଗେନ୍ଥରନଙ୍କ ନେତୃତ୍ୱରେ କକ୍ଷତ୍ୟାଗ କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଡିଏମ୍‌କେ ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ସମର୍ଥନ ଜଣାଇଥିଲେ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି ସମେତ ବିଭିନ୍ନ ନିଷ୍ପତ୍ତିକୁ ଷ୍ଟାଲିନ୍‌ ବିରୋଧ କରିଆସୁଛନ୍ତି। ତ୍ରିଭାଷୀ ନୀତି ବଳରେ କେନ୍ଦ୍ର ଅଣହିନ୍ଦୀଭାଷୀ ରାଜ୍ୟଗୁଡ଼ିକ ଉପରେ ହିନ୍ଦୀ ଭାଷାକୁ ଲଦିଦେବାକୁ ଉଦ୍ୟମ ଚଳାଇଥିବା କହି ଷ୍ଟାଲିନ୍‌ ଏହାର ତୀବ୍ର ବିରୋଧ କରିଥିବାବେଳେ ଅନ୍ୟ କେତେକ ଦଳ ମଧ୍ୟ ତାଙ୍କ ସହ ସ୍ବର ମିଳାଇଛନ୍ତି। ସେହିପରି ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ରହିଥିବା ଏନ୍‌ଇଇଟି ପରୀକ୍ଷା ବ୍ୟବସ୍ଥାକୁ ଷ୍ଟାଲିନ୍‌ ବିରୋଧ କରିବା ସହ ତାମିଲନାଡୁରେ ଏଭଳି ପରୀକ୍ଷା ନ କରାଇ ସିଧାସଳଖ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଧାରରେ ପିଲାଙ୍କୁ ନାମଲେଖା ସୁଯୋଗ ଦେବା ପାଇଁ ଦାବି କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀର ଆକ୍ରମଣ ପରେ ସାଉଦୀ ଗସ୍ତ ଅଧାରୁ ଫେରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯିଏ ଆଜି ପୂର୍ବାହ୍ନରେ ଦୁଇ ଦିନିଆ ଗସ୍ତରେ ସାଉଦୀ ଆରବ ପହଞ୍ଚିଥିଲେ, ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ...

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ପହଲଗାମ ଆକ୍ରମଣ ଉପରେ ଭାରତ ସପକ୍ଷରେ ଟ୍ରମ୍ପଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୨।୪: ଯୁକ୍ତରାଷ୍ଟ୍ର ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋର ଦେଇ କହିଛନ୍ତି, ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ...

ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା...

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି...

“ନିଷ୍ଠୁର ଅପରାଧ”: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ,୨୨।୪: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୁଃଖଦ ପରିଣାମ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ପହଲଗାମ ଆତଙ୍କ: ମୋଦିଙ୍କୁ ଆତଙ୍କବାଦୀଙ୍କ ଧମକ, ଭାରତ ପାଇଁ ଏହାର ଅର୍ଥ କ’ଣ?

ନୂଆଦିଲ୍ଲୀ,୨୨।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅତିକମରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଥିବା ବେଳେ ଅନେକେ ଆହତ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image