Categories: ଜାତୀୟ

ମଝି ଆକାଶରେ ଅଟୋ ପାଇଲଟ୍‌ ଖରାପ, ଅଧାବାଟରୁ ଫେରିଲା ସ୍ପାଇସ୍‌ଜେଟ୍‌…

ନୂଆଦିଲ୍ଲୀ, ୧।୯ : ସ୍ପାଇସଜେଟ ବିମାନରେ ଯାନ୍ତ୍ରିକ ତ୍ରୁଟି କ୍ରମାଗତ ଭାବରେ ସାମ୍ନାକୁ ଆସୁଛି। ପୁଣି ଥରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ବାସ୍ତବରେ, ନୂଆଦିଲ୍ଲୀରୁ ନାସିକକୁ ଉଡ଼ାଣ କରୁଥିବା ସ୍ପାଇସଜେଟ ବିମାନର ଅଟୋପାଇଲଟରେ ତ୍ରୁଟି ଯୋଗୁ ଅଧାବାଟରୁ ବିମାନଟି ଦିଲ୍ଲୀ ଫେରିଛି। ସ୍ପାଇସ୍‌ ଜେଟ୍‌ ବି-୭୩୭ ବିମାନ ଏସ୍‌ଜି-୮୩୬୩ ସକାଳ ୬ଟା ୫୪ରେ ଦିଲ୍ଲୀରୁ ନାସିକ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

ଅତୀତରେ ସ୍ପାଇସଜେଟ ଏହିପରି ଅନେକ ଘଟଣାରେ ଜଡିତ ଥିଲା, ଏହା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ବିମାନ କମ୍ପାନୀକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଏଥର ମଧ୍ୟ ବହୁତ ଅବହେଳା ହୋଇଛି। ମଝି ଆକାଶରେ ଅଟୋ ପାଇଲଟ ସିଷ୍ଟମ ଖରାପ ହେବାରୁ ବିମାନକୁ ଫେରିବାକୁ ପଡ଼ିଛି। ଏହାଦ୍ୱାରା ବଡ଼ ଦୁର୍ଘଟଣା ମଧ୍ୟ ଘଟିଥାଇ ପାରିଥାନ୍ତା ବୋଲି କୁହାଯାଉଛି।

ଜଣେ ଡିଜିସିଏ ଅଧିକାରୀ କହିଛନ୍ତି ଯେ ସ୍ପାଇସଜେଟ ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବେ ଜରୁରୀକାଳୀନ ଅବତରଣ କରିଥିଲା।

 

Share